ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ସ୍ତ୍ରୀ ମୀନତି, ବିଶାଳ-ଦୀପାଳି ମଧ୍ୟ ଅଛନ୍ତି ସାଥିରେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ଦାସଙ୍କ ପତ୍ନୀ ମୀନତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା କରୁଛନ୍ତି ନବଙ୍କ ପରିବାର ।

ମୀନତିଙ୍କ ସହ ପୁଅ ଓ ଝିଅ ମଧ୍ୟ ସିଏମଙ୍କୁ ଭେଟିଥିବା ସୂଚନା । ସିବିଆଇ ତଦନ୍ତ ନେଇ ଆଲୋଚନା କରାଯାଉଥିବା ସୂଚନା ।

ଲୋକସେବା ଭବନରେ ପୋଲିସ ଡିଜି ମଧ୍ୟ ଉପସ୍ଥିତ ଥିବା ସୂଚନା । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ୱାଇ. ବି. ଖୁରାନିଆ ।

ନବ ଦାସ ହତ୍ୟାକାଣ୍ଡର କ୍ରାିମବ୍ରାଞ୍ଚ ପକ୍ଷରୁ ସାନି ତଦନ୍ତ ଆରମ୍ଭ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ମୃତ ନବ ଦାସଙ୍କ ପରିବାର ।

ମୋହନଙ୍କୁ ଭେଟିବା ନେଇ ମୀନତି ଇ-ମେଲ ଯୋଗେ ସମୟ ମାଗିଥିଲେ ।