ନବ ଦାସ ହତ୍ୟା ମାମଲା: ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ କ୍ରାଇମବ୍ରାଞ୍ଚର ଚିଠି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାକୁ ନେଇ କ୍ରାଇମବ୍ରାଞ୍ଚ କରୁଛି ଖୋଳତାଡ଼ । ଏହାରି ମଧ୍ୟରେ ପରିବାର ଲୋକଙ୍କ ବୟାନ ରେକର୍ଡ ପରେ କ୍ରାଇମବ୍ରାଞ୍ଚ ଟିମ୍ ଝାରସୁଗୁଡ଼ା ବିମାନ ବନ୍ଦରରେ ଛାନଭିନ୍ ଆରମ୍ଭ କରିଛି । ମଙ୍ଗଳବାର କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିବାବେଳେ ଆଜି ଝାରସୁଗୁଡ଼ା ବିମାନବନ୍ଦରରେ ଖୋଳତାଡ଼ କରିଛି ।

ଏହାରି ମଧ୍ୟରେ ଝାରସୁଗୁଡ଼ା ଏୟାରପୋର୍ଟ ନିର୍ଦ୍ଦେଶକଙ୍କୁ ଇ-ମେଲ୍ ଜରିଆରେ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । ଗୁଳିକାଣ୍ଡ ଦିନର ସବିଶେଷ ତଥ୍ୟ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ବିମାନର ଗତିବିଧିର ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଗୁଳିକାଣ୍ଡ ପରେ ନବ ଦାସ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱରକୁ ଏୟାରଲିଫ୍ଟ ହୋଇଥିଲେ । କେତେବେଳେ ଏବଂ କିପରି ଏୟାରଲିଫ୍ଟ ହୋଇଥିଲା କ୍ରାଇମ ଟିମ୍ ତାହାର ତଦନ୍ତ କରୁଛି । ଏହାସହିତ ନବ ଦାସଙ୍କୁ ଏୟାରଲିଫ୍ଟବେଳେ କିଏ ରହିଥିଲେ ତାହାର ଖୋଳତାଡ଼ କରୁଛି ।

ସାନି ତଦନ୍ତର ଦ୍ୱୀତିୟ ଦିନରେ କ୍ରାଇମ ବ୍ରାଞ୍ଚ ଟିମ୍ ନବ ଦାସଙ୍କ ସରବାହଲସ୍ଥିତ ବାସଭବନରେ ପହଞ୍ଚି ତଦନ୍ତ କରୁଛି । ମଙ୍ଗଳବାର ୭ ଘଣ୍ଟାରୁ ଅଧିକ ସମୟ ବୟାନ ରେକର୍ଡ କରିଥିଲା କ୍ରାଇମବ୍ରାଞ୍ଚ ।