ଡେଲାଙ୍ଗ (ଭାସ୍କର ନ୍ୟୁଜ୍):ସ୍କୁଲ ଛାତ୍ରୀକୁ କମେଣ୍ଟ ମାରିବା ଘଟଣା ଜଣେ ଯୁବକକୁ ମହଙ୍ଗା ପଡିଲା । ଶେଷରେ ଡେଲାଙ୍ଗ ପୋଲିସ ଯୁବକକୁ ଗିରଫ କରି ଜେଲ ପଠାଇଛି ।
ମିଳିଥିବା ପୋଲିସ ସୁଚନା ମୁତାବକ ପ୍ରତ୍ୟେକଦିନ ଛାତ୍ରୀ ଜଣକ ସ୍କୁଲ ଯିବା ବାଟରେ ଜଣେ ଯୁବକ ହଇରାଣ କରିବା ସହ କମେଣ୍ଟଣ୍ଟ ମାରୁଥିଲା। ଛାତ୍ରୀଙ୍କ ଅଭିଯୋଗ କ୍ରମେ ଡେଲାଙ୍ଗ ଥାନାରେ ଏ ସଂକ୍ରାନ୍ତରେ ୪୫/୨୨ରେ ମାମାଲା ରୁଜୁ କରାଯାଇଥିଲା । ଅଭିଯୁକ୍ତ ଗୁଆଳି ଡାର ବିଶ୍ୱବନ୍ଧନ ବରାଳ ଓରଫ ବାଟୁଆ (୨୨) କୁ ପୋଲିସ ଗିରଫ କରି କୋର୍ଟ ଚାଳଣ କରିଥିବା ନେଇ ଡେଲାଙ୍ଗ ଥାନା ଅଧିକାରୀ ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି।