fbpx
BJD SKY
BJD SKY

ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ସାଂସଦଙ୍କ ସମେତ ୩ ଜଣ ଆହତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ସାଂସଦଙ୍କ ଗାଡ଼ି ଏକ ବିଲ ଭିତରକୁ ଖସି ପଡ଼ିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ସାଂସଦ ଓ ତାଙ୍କର ଡ୍ରାଇଭରଙ୍କ ସମେତ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି । ତେବେ ପ୍ରାଥମିକ ଚିକିତ୍ସା ପରେ ଉମରକୋଟ ମେଡିକାଲରୁ ଆହତ ବ୍ୟକ୍ତିମାନେ ଘରକୁ ଫେରିଛନ୍ତି ।

ସୂଚନା ମୁତାବକ, ସାଂସଦ ଶ୍ରୀ ମାଝି ରାୟପୁରରୁ ଉମରକୋଟ ସ୍ଥିତ ନିଜ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ସୃଷ୍ଟି ହୋଇଥିବା ବେଳେ ଏବେ ଆହତମାନେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ସମସ୍ତେ ଆଶ୍ୱସ୍ତି ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୧୧ ତାରିଖରେ ମନ୍ତ୍ରୀ ଟୁକୁନୀ ସାହୁଙ୍କର ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବଲାଙ୍ଗିରରୁ ଫେରିବା ସମୟରେ ଏକ ଦୁର୍ଘଟଣା ଘଟିଥିଲା । ତେବେ ଦୁର୍ଘଟଣାରେ ମନ୍ତ୍ରୀ ଶ୍ରୀମତୀ ସାହୁ ସୁରକ୍ଷିତ ରହିଥିଲେ ।

Get real time updates directly on you device, subscribe now.