fbpx

ନଦୀରେ ଗାଧୋଇବା ହେଲା କାଳ: ପାଣିରେ ବୁଡ଼ି ପ୍ରାଣ ହରାଇଲେ ୨ ଭାଇଭଉଣୀ

ଫୁଲବାଣୀ: ପୁଣି ଥରେ କାଳ ହେଲା ନଦୀରେ ଗାଧୋଇବା । ନଦୀରେ ଗାଧୋଇବା ବେଳେ ନଦୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ୨ ଭାଇଭଉଣୀ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଟିକାବାଲି ଥାନା ଛତିଝର ଗାଁ ।

ଗାଁର ଗୋଟିଏ ପରିବାରର ୨ ଭାଇଭଉଣୀ ସାଲୁଙ୍କୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ହୋଇଥିଲା ଏହି ଦୁର୍ଘଟଣା । ୫ ବର୍ଷର ଭାଇ ଓ ୪ ବର୍ଷର ଭଉଣୀ ପାଣିରେ ବୁଡ଼ିଯାଇଥିଲେ । ତେବେ ଉଭୟଙ୍କୁ ଉଦ୍ଧାର କରିବା ପରେ ଟିକାବାଲି ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.