fbpx

ନାଗକୁ ହତ୍ୟା କରିଦେଲା ଯୁବକ, ଏହାପରେ ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗିନ

ନୂଆଦିଲ୍ଲୀ: ନାଗ-ନାଗୁଣୀଙ୍କୁ ନେଇ ଆପଣମାନେ ପୂର୍ବରୁ ଅନେକ କାହାଣୀ ଶୁଣିଥିବେ । ମାତ୍ର ନିକଟରେ ଉତ୍ତରପ୍ରଦେଶରୁ ଯେଉଁ କାହାଣୀଟି ସାମ୍ନାକୁ ଆସିଛି ତାହା କୌଣସି ଫିଲ୍ମର ଷ୍ଟୋରୀ ଠାରୁ କମ୍ ନୁହେଁ । ନାଗର ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ନାଗିନ ଜଣେ ଯୁବକଙ୍କୁ ଥରେ ନୁହେଁ କି ଦୁଇଥର ନୁହେଁ ସାତ ଥର ଦଂଶନ କରିଥିଲା । ଏହି ଘଟଣାଟି ବର୍ତ୍ତମାନ ଉକ୍ତ ଅଞ୍ଚଳରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

ଜଣାପଡ଼ିଛି ଯେ, ରାମପୁର ତହସିଲ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ବବଲୁ ନାମକ ଜଣେ ଯୁବକ କୃଷିକ୍ଷେତ୍ରରେ କାମ କରନ୍ତି । ସାତ ମାସ ପୂର୍ବରୁ ବବଲୁଙ୍କର ନାଗ ଓ ନାଗିନ ସହ ଭେଟ ହୋଇଥିଲା । ସେ ସମୟରେ ବବଲୁ ନାଗଟିକୁ ଲାଠିମାଡ଼ କରି ମାରିଦେଇଥିଲା । ଏହାପରେ ନାଗ ମୃତ୍ୟୁର ପ୍ରତିଶୋଧ ନେବାକୁ ବବଲୁକୁ ଖୋଜିଥିଲା ନାଗିନ ।

ଫିଲ୍ମ କାହାଣୀ ପରି ନାଗିନ ମୌକା ଦେଖି ଥରକୁ ଥର ବବଲୁଙ୍କୁ ଚୋଟ ମାରିଥିଲା । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବବଲୁ ପ୍ରତ୍ୟେକ ଥର ନାଗିନର ଚୋଟରୁ ବଞ୍ଚି ଯାଇଥିଲେ । ଏହା ମଧ୍ୟରେ ନାଗିନ ଓ ବବଲୁଙ୍କ ମଧ୍ୟରେ ଅନେକ ଥର ଭେଟ ହୋଇଥିଲା । ନାଗିନ ବବଲୁଙ୍କୁ ଆକ୍ରମଣ କରିଥିବା ବବଲୁ ମଧ୍ୟ ନାଗିନକୁ ଲାଠିରେ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.