fbpx

ନୀତୀଶ ଏବଂ ନାଇଡୁ ଉପରେ ନିର୍ଭର ନମୋ ସରକାର ! N-Factorକୁ ନେଇ କାହିଁକି ହେଉଛି ଏତେ ଚର୍ଚ୍ଚା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଚଳିତ ଥର ବିଜେପି ‘୪୦୦ ପାର’ର ନାରାର ଜାଦୁ ଦେଶରେ ଲିଡ୍ କରୁଥିବାର ଦେଖାଯାଉଛି । ଏହି ଆକଳନ ପରେ ଏନଡିଏ ଏବଂ ମୋଦୀ ପାଇଁ N-Factor ଉଭା ହୋଇଥିବାର ଦେଖାଦେଇଛି ।

କ’ଣ ଏହି N-Factor ?

ଲୋକସଭା ନିର୍ବାଚନର ପ୍ରାରମ୍ଭରୁ ହିଁ ଉଭୟ ଶାସକ ଏବଂ ବିରୋଧି ଦଳ ପାଇଁ N-Factor ଗୁରୁତ୍ୱପୂର୍ଣ୍ଣ ଥିଲା । କିନ୍ତୁ ବିରୋଧି ଦଳ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଆଜି ଏହି N-Factor ଏନଡିଏ ସପକ୍ଷରେ ଅଛି । ଏହିN-Factor ହେଉଛନ୍ତି ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ । ଦୁହେଁ ଇଣ୍ଡିଆ ମେଣ୍ଟର ମଜବୁତ ଆଧାର ସ୍ତମ୍ଭ ଥିଲେ । ପରବର୍ତ୍ତୀ ସମୟରେ ମେଣ୍ଟରେ ବିବାଦ ଯୋଗଁ ଏନଡିଏରେ ସାମିଲ ହୋଇଥିଲେ ।

ନରେନ୍ଦ୍ର ମୋଦୀ(ନମୋ) ପାଇଁ କେତେ ଜରୁରୀ ନୀତିଶ- ନାଇଡୁ ?

ଚଳିତ ଥର ଏନଡିଏ ଏବଂ ମୋଦୀଙ୍କୁ ବହୁମତ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ନିର୍ଭର ରହିବାକୁ ପଡ଼ିବ । ଜେଡି(ୟୁ)କୁ ୧୪ଟି ଆସନ ଏବଂ ଟିଡିପିକୁ ୧୬ଟି ଆସନ ମିଳିବା ନେଇ ଆଶା କରାଯାଉଛି । ଏମିତିରେ ମୋଟ୍ ୩୦ଟି ଆସନ ଏନଡିଏର ଭାଗ୍ୟ ସ୍ଥିର କରିପାରେ । ଏନଡିଏର ମୋଟ୍ ଆସନ ମଧ୍ୟରୁ ଏହି ଅସନଗୁଡ଼ିକ ବାହାର କରିଦେଲେ ଏହାର ସଂଖ୍ୟା ୨୬୫କୁ ଖସି ଆସିବ ଯାହାକି ବହୁମତ ସଂଖ୍ୟା ୨୭୨ରୁ କମ୍ ଅଟେ । ଏଭଳି ସ୍ଥିତିରେ ନୀତିଶ ଏବଂ ନାଇଡୁଙ୍କ ଠାରୁ ମୁହଁ ମୋଡ଼ିଥିବା ବିପକ୍ଷ ଇଣ୍ଡିଆ ବ୍ଲକ୍ ଏମାନଙ୍କ ସହ ଘନିଷ୍ଠତା ସ୍ଥାପନ କରିବା ପାଇଁ ଚେଷ୍ଟା କରିପାରନ୍ତି । ଏହା ବାଦ୍ ନୀତିଶ କୁମାରଙ୍କୁ କୌଣସି ବଡ଼ ଅଫର ମିଳିପାରେ ବୋଲି ଆକଳନ କରାଯାଉଛି ।

 

Get real time updates directly on you device, subscribe now.