fbpx
BSKY
BJD MC SKY
BJD MS SKY

ମଙ୍ଗଳବାର ଖୋଲିବ ନନ୍ଦନକାନନ! ଚାଲିଛି ବିଚାରବିମର୍ଷ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ମାସ ବନ୍ଦ ରହିବା ପରେ ମଙ୍ଗଳବାର ଦିନ ଅର୍ଥାତ ଅଗଷ୍ଟ ୩ରେ ଖୋଲିପାରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବର୍ତ୍ତମାନ ବ୍ୟାଟେରି ଚାଳିତ ଗାଡ଼ ଓ ବୋଟିଂ ପର୍ଯ୍ୟଟକଙ୍କ ବନ୍ଦ ରହିବ। ନନ୍ଦନକାନନ ଭିତରକୁ ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମିତି ମିଳିବ। ପ୍ରବେଶ ସମୟରେ କୋଭିଡ୍ କଟକଣା କଡ଼ାକଡି ପାଳନ ହେବ। ଏହି ସହିତ ମାସ୍କ ସାନିଟାଇଜର ଓ ସାମାଜିକ ଦୂରତା ରଖି ନନ୍ଦନକାନନ ଭିତରେ ବୁଲି ପାରିବ ପର୍ଯ୍ୟଟକ। ତେବେ ଭିତରେ ଥିବା ପଶୁ ପକ୍ଷୀଙ୍କୁ ଖୁଆଡ ପାଖକୁ ଚାଲି ଚାଲି ପର୍ଯ୍ୟଟକଙ୍କୁ ଯିବାକୁ ପଡିବ।

ସୂଚନା ଅନୁଶାରେ ଅଗଷ୍ଟ ମାସ କୋଭିଡ ଗାଇଡଲାଇନ ସରକାର ପକ୍ଷରୁ ଶନିବାର ଦିନ ଏସ୍‌ଆର୍‌ସି ଘୋଷଣା କରିଛି। ନନ୍ଦନକାନନ, ଇଣ୍ଡୋର୍‌, ୱାର୍ଟର ପାର୍କ ଆଦି ଖୋଲା ଯାଇପାରିବ ବୋଲି ଘୋଷଣା କରାଯାଇଛି । କରୋନା କଟକଣା ମଧ୍ୟରେ ନନ୍ଦନକାନନ ଖୋଲିବା ପାଇଁ ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ ପ୍ରସ୍ତୁତ ହେଉଛନ୍ତି। ଏ ସଂକ୍ରାନ୍ତରେ ସଂପାଦକ ତଥା ପିସିସିଏଙ୍କ ଉପସ୍ଥିତିରେ ସୋମବାର କିମ୍ବା ମଙ୍ଗଳବାର ବୈଠକ ଡକାଯାଇ ନିଷ୍ପତ୍ତି ନିଆଯିବା ପରେ ପ୍ରାଣୀ ଉଦ୍ୟାନ ଖୋଲିବା ପାଇଁ ଘୋଷଣା କରାଯିବ। ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହିତ ସଫାରି ଖୋଲିବା ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.