fbpx

ଗୋବରରୁ ପ୍ରାକୃତିକ ରଙ୍ଗ; ତିଆରି ହେବ ୫୦୦ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟ୍

ନୂଆଦିଲ୍ଲୀ: ଭାରତରେ ଅନେକ ଲୋକ କୃଷି ଛଡ଼ା ପଶୁପାଳନ କରିଥାନ୍ତି । ମୁଖ୍ୟତଃ ଗୋପଳନ କରିଥାନ୍ତି । ଭାରତର ଗାଁରେ ଗାଈପାଳକମାନଙ୍କ ପାଇଁ ଖୁସି ଖବର । ଗାଈ ପାଳନ କରି ଜୀବନ ଯାପନ କରୁଥିବା ଲୋକ ଏବେ ଖଦି ଗ୍ରାମୋଦ୍ୟୋଗ ଆୟୋଗର ଗାଈ ଗୋବରରୁ ପ୍ରାକୃତିକ ରଙ୍ଗ ତିଆରି ପ୍ରକଳ୍ପରୁ ଆମଦାନୀ କରିପାରିବେ । କେଭିଆଇସି ଭାରତ ଗାଁ ମାନଙ୍କରେ ଗାଇ ଗୋବରରୁ ପ୍ରାକୃତିକ ରଙ୍ଗ ତିଆରି ପାଇଁ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟ୍ ଖୋଲିବାକୁ ଯାଉଛି ।

ଦେଶରେ ଗୋବରରୁ ନିର୍ମିତ ଇକୋ ଫ୍ରେଣ୍ଡଲୀ ପ୍ରାକୃତିକ ରଙ୍ଗକୁ ପସନ୍ଦ କରାଯାଉଛି । ଲୋକମାନେ ସେମାନଙ୍କର ଘର ଏବଂ ଘର ପରିସରକୁ ରଙ୍ଗ କରିବା କିମ୍ବା ଲିପିବା ପାଇଁ ଏହାକୁ ପସନ୍ଦ କରୁଛନ୍ତି । ଏମିତିରେ ଏବେ କେଭିଆଇସି ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ ଅନୁଯାୟୀ ଗାଁ ମାନଙ୍କରେ ଗାଇ ଗୋବରରରୁ ତିଆରି ହେବାକୁ ହେବା ଥବା ରଙ୍ଗର ୫୦୦ ମ୍ୟାନୁଫ୍ୟାକ୍ଚରିଙ୍ଗ ୟୁନିଟ ତିଆରି କରିବାର ଲକ୍ଷ୍ୟ ରଖିଛି ।

କେଭିଆଇସିର ଅଧ୍ୟକ୍ଷ ବିନୟ କୁମାର ସକ୍ସେନା କହିଛନ୍ତି ଯେ ଉଦ୍ୟୋଗୀମାନଙ୍କ ସହାୟତାରେ ଆସନ୍ତା ୬ମାସ ମଧ୍ୟରେ ଏହି ୟୁନିଟ୍ ଗଠନ କରିବାକୁ ଯୋଜନା କରାଯାଇଛି । ଏହାଦ୍ୱାରା ପ୍ରାୟ ଛଅ ହଜାର ଲୋକ ଗ୍ରାମରେ ପ୍ରତ୍ୟକ୍ଷ ନିଯୁକ୍ତି ପାଇବା ସହିତ କୃଷକ ଏବଂ ପଶୁପାଳକଙ୍କ ଆୟ ମଧ୍ୟ ବୃଦ୍ଧି ହେବ। ସକ୍ସେନା କହିଛନ୍ତି ଯେ ଏହା କେବଳ ରୋଜଗାର ସୃଷ୍ଟି କରିବ ନାହିଁ ବରଂ କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ଯୋଜନାକୁ ମଧ୍ୟ ମଜବୁତ କରିବ। ଗ୍ରାମଗୁଡିକରେ ରଙ୍ଗ ତିଆରି ବ୍ୟବସାୟର ବୃଦ୍ଧି ସହିତ ଏଥିରେ ବ୍ୟବହୃତ ଯନ୍ତ୍ରର ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବ  । ଏପରି ପରିସ୍ଥିତିରେ, ଏହା ଅନେକ କ୍ଷେତ୍ରରେ ଫଳପ୍ରଦ ହେବ  ।

କେଭିଆଇସି ଦ୍ୱାରା କୁହାଯାଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଗାଈ ପାଳୁଛନ୍ତି ସେମାନେ ଗୋବରର ବିଶେଷ ବ୍ୟବହାର କରନ୍ତି ନାହିଁ। ଏହାକୁ ଖତ ଭାବରେ ବ୍ୟବହାର କରିଥାନ୍ତି କିମ୍ବା ଘସି ତିଆରି କରିଥାନ୍ତି । ହେଲେ ପ୍ରାକୃତିକ ରଙ୍ଗ ତିଆରି ପ୍ଲାଣ୍ଟ ତିଆରି ହେବା ପରେ ଗୋବରକୁ ସିଧାସଳଖ ପ୍ଲାଣ୍ଟକୁ ବିକ୍ରି କରାଯାଇପାରିବ କିମ୍ବା ନିଜ ପ୍ଲାଣ୍ଟ ଲଗାଇ ଏହାକୁ ବ୍ୟବହାର କରିପାରିବେ ।କେଭିଆଇସି ଅଧିକାରୀ କହିଛନ୍ତି ଯେ ପ୍ରାକୃତିକ ରଙ୍ଗ ତିଆରି ପାଇଁ ଗାଈ ଗୋବର ମୂଲ୍ୟ କିଲୋଗ୍ରାମ ପିଛା ୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏକ ସୁସ୍ଥ ଗାଈ ଦିନରେ ପ୍ରାୟ ୨୦ ରୁ ୨୫ କିଲୋଗ୍ରାମ ଗୋବର ଦେଇଥାଏ, ତେଣୁ ଜଣେ ବ୍ୟକ୍ତି ଗୋଟିଏ ଗାଈରୁ ପ୍ରତିଦିନ ୧୦୦ ରୁ ୧୨୫ ଟଙ୍କା ରୋଜଗାର କରିପାରିବେ ।

Get real time updates directly on you device, subscribe now.