fbpx

ପର୍ଯ୍ୟଟକଙ୍କ ପାଇଁ ୫ ଦିନ ପାଇଁ ବନ୍ଦ ରହିବ ନନ୍ଦନକାନନ: ଜାଣନ୍ତୁ କେବେଠୁ ଓ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ୫ ଦିନ ପାଇଁ ବନ୍ଦ ରହିବ । ଓମିକ୍ରନ ଭାଇରସ କାରଣରୁ ନନ୍ଦନକାନନ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । କରୋନାର ନୂତନ ଭାରିଆଣ୍ଟ ବର୍ତ୍ତମାନ ଏହାର କାୟା ବିସ୍ତାର କରୁଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଆସନ୍ତା ୩୦ ଡିସେମ୍ବରରୁ ଜାନୁୟାରୀ ୩ ତାରିଖ ଯାଏଁ ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନ ବନ୍ଦ ରଖାଯିବ । ପୂର୍ବରୁ ଭିତରକନିକାକୁ ମଧ୍ୟ ୧୦ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ନୂଆ ବର୍ଷ ଉପଲକ୍ଷେ ଭିଡ ନିୟନ୍ତ୍ରଣ କରିବା ପାଇଁ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.