ନୂଆଦିଲ୍ଲୀ: ପୃଥିବୀ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ପୃଥିବୀ ଆଡ଼କୁ ଏକ କ୍ଷୁଦ୍ର ଗ୍ରହ ମାଡ଼ି ଆସୁଛି । ଏନେଇ ଆମେରିକୀୟ ସ୍ପେକ ଏଜେନ୍ସି ନାସା ପକ୍ଷରୁ ଚେତାବନୀ ଜାରି କରାଯାଇଛି । ତେବେ ଏହି କ୍ଷୁଦ୍ର ଗ୍ରହର ଲମ୍ବ ୫୦୦ ଫୁଟ ହୋଇଥିବା ବେଳେ ତାହା ଏକ ବଡ଼ କୋଠା ଆକାରର ବୋଲି ନାସାର ଜେଟ ପ୍ରୋପଲସନ ଲାବୋରେଟୋରୀ (ଜେପିଏଲ) ପକ୍ଷରୁ କୁହାଯାଇଛି । ତେବେ ଏହି ଖବର ଖବର ଶୁଣିବା ପରେ ଯେ କେହି ବି ଘବରାଇବା ଅବଶ୍ୟମ୍ଭାବୀ । ମାତ୍ର ଏହାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି ।
ତେବେ ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ୫୦୦ ଫୁଟ ଲମ୍ବ ବିଶିଷ୍ଟ କ୍ଷୁଦ୍ର ଗ୍ରହକୁ ନେଇ ନାସା ପକ୍ଷରୁ ଆଲର୍ଟ ଜାରି କରାଯାଇଥିଲେ ହେଁ ସେନେଇ ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି କୁହାଯାଇଛି । ଆମର ସୌରମଣ୍ଡଳର ଉତ୍ପତ୍ତିର ରହସ୍ୟ ବିଷୟରେ ଜାଣିବା ପାଇଁ ଏହା ବୈଜ୍ଞାନିକମାନଙ୍କ ଏକ ଶାନଦାର ସୁଯୋଗ ବୋଲି କୁହାଯାଇଛି । ନାସା ଆଷ୍ଟରଏଡର ଗତିବିଧି ଉପରେ ତୀକ୍ଷ୍ମ ଭାବେ ନଜର ରଖିଥାଏ । ଯାହା ଭବିଷ୍ୟତରେ ଗମ୍ଭୀର ସମସ୍ୟାର କାରଣ ସାଜିବାର ସମ୍ଭାବନା ଥାଏ, ନାସା ଆଧୁନିକ ଟେକନିକର ଉପଯୋଗ କରି ସେହି ସମ୍ଭାବ୍ୟ ବିପଦକୁ ଚିହ୍ନଟ କରିଥାଏ ।
ଏହା ପୂର୍ବରୁ ଏହା ସହ ଜଡ଼ିତ ଅନେକ ଉଦାହରଣ ମଧ୍ୟ ସାମ୍ନାକୁ ଆସିଥିଲା । ଡାୟନାସୋର ପୃଥିବୀ ବକ୍ଷରୁ ବିଲୃପ୍ତ ହେବା ପଛରେ ଚିକକ୍ସୁଲୁବ ଆଷ୍ଟରଏଡ ଦାୟୀ ବୋଲି କୁହାଯାଉଛି । ତେଣୁ ଜ୍ୟୋତିର୍ବିଜ୍ଞାନ ଉପରେ ଆଧାରିତ ଘଟଣା ଉପରେ ନଜର ରଖିବା କେତେ ଜରୁରୀ ତାହା ଏଥିରୁ ସ୍ପଷ୍ଟ ପ୍ରମାଣି । ଆଷ୍ଟ୍ରରଏଡ ୨୦୨୦ ଡବ୍ଲ୍ୟୁଜି ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ସୁଯୋଗ ପ୍ରଦାନ କରିଥାଏ । ବୈଜ୍ଞାନିକଙ୍କୁ ଡାଟା ଏକତ୍ର କରିବା ଓ ଭବିଷ୍ୟତରେ ଆଷ୍ଟରଏଡର ପଥର ସଠିକ୍ ଭବିଷ୍ୟବାଣୀ କରିବାରେ ଏହା ସହଯୋଗ କରିବ ।