fbpx

ଉଡନ୍ତାଯାନ ମାୟାଜାଲରେ NASA, କାହିକିଁ ପୃଥିବୀ ପୃଷ୍ଠକୁ ଏଲିଏନ ପଠାନ୍ତି ଉଡନ୍ତାଯାନ

ନୂଆଦିଲ୍ଲୀ : ଉଡନ୍ତାଯାନ ମାୟାଜାଲରେ ଫଶିଛନ୍ତି ଆମେରିକାର ସ୍ପେସ ଏଜେନ୍ସି ନାସା । ନାସାର ବୈଜ୍ଞାନୀକମାନେ ଉଡନ୍ତା ଯାନକୁ ନେଇ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଉଡନ୍ତା ଯାନର ରହସ୍ୟ କ’ଣ? ଏହାକୁ ଏଲିଏନମାନେ ପୃଥିବୀକୁ ପଠାନ୍ତି ମନୁଷ୍ୟର ଗୁପ୍ତଚର ଭାବେ, କିମ୍ବା କୌଣସି ଦେଶ ଅନ୍ୟ ଦେଶ ଉପରେ ନଜର ରଖିବାକୁ ଏହା କରିଥାଏ । ସବୁଠାରୁ ବଡ ପ୍ରଶ୍ନ ଏହା ବୈଜ୍ଞାନୀକମାନେ ଏପର୍ଯ୍ୟନ୍ତ ଏହାର ରହସ୍ୟ ଜାଣି ପାରି ନାହାନ୍ତି ।

ନାସା ଏହା ଉପରେ ଏକ ବର୍ଷ ପାଖାପାଖି ଅଧ୍ୟୟନ କରିଛି । ଏହାପରେ ମଧ୍ୟ ବୈଜ୍ଞାନିକ ସଠିକ ଅନୁମାନ କରି ପାରିନାହିଁ। ତେବେ ନାସା କରିଥିବା ଅଧ୍ୟୟନରୁ ଜାଣିବାକୁ ପାଇଛି ପୃଥିବୀ ବାହାରେ ଏଲିୟନମାନେ ଅଛନ୍ତି ।
ନାସାର ବୈଜ୍ଞାନୀକମାନଙ୍କୁ ପୃଥିବୀ ବାହାରେ ଏଲିଏନ ଥିବା ସଂକେତ ମିଳିବା ପରେ ଏବେ ନାସା ବୈଜ୍ଞାନିକମାନଙ୍କର ଏକ ନୂଆଟିମ ଗଠନ କରିଛି। ଏଥିରେ ୧୬ ଜଣ ସଦସ୍ୟ ସାମିଲ ହେବେ । ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ରିସର୍ଚ୍ଚ ପାଇଁ ଆର୍ଟିଫିସିଆଲ ଇଣ୍ଟେଲଜେନ୍ସିର ଆବଶ୍ୟକତା ପଡିବ ।

ନାସା ଏକ ବର୍ଷର ଅଧ୍ୟୟନ ପରେ କୌଣସି ସଠିକ ଜିନିଷ ଦେଇ ପାରି ନାହିଁ । ଏଥି ପାଇଁ ନୂଆ ବୈଜ୍ଞାନୀକମାନଙ୍କ ଟିମ ପ୍ରସ୍ତୁତ କରାଯାଇଛି । ନାସା ବୈଜ୍ଞାନିକମାନଙ୍କ କହିବା ଅନୁସାରେ ଏହି ଉଡନ୍ତା ଯାନ ମଧ୍ୟରେ ଅନେକ ଅଲୌକିକ ଶକ୍ତି ରହିଛି । ପୃଥିବୀର ସବୁଠାରୁ ବଡ ରହସ୍ୟ ମଧ୍ୟରେ ଗୋଟିଏ ହେଉଛି ଉଡନ୍ତାଯାନ।

Get real time updates directly on you device, subscribe now.