fbpx

ଦିଲିପ କୁମାର ଓ ନସୀରୁଦ୍ଦିନ ଶାହଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନାହିଁ; କେମିତି ଅଛନ୍ତି ଜାଣନ୍ତୁ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଦିଲୀପ କୁମାର ପୁଣି ଅସୁସ୍ଥ । ରିପୋର୍ଟ ଅନୁଯାୟୀ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ସମୟରେ ୯୮ ବର୍ଷୀୟ ଦିଲୀପ କୁମାର ମୁମ୍ବାଇର ପି.ଡି ଇନ୍ଦୁଜା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ କେବେ ତାଙ୍କୁ ହସ୍ପିଟାଲାରୁ ଡିସଚାର୍ଜ ହେବେ ସେନେଇ ସୂଚନା ମିଳିନାହିଁ ।

ସୂଚନା ଅନୁଯାୟୀ ୬ ଜୁନରେ ମଧ୍ୟ ଦିଲୀପଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କର ଫ୍ଲ୍ୟୁରଲ ଇନଫେକସନ ହୋଇଥିବା ଜଣାପଡ଼ିଥିଲା । ଯେଉଁଥିରେ ତାଙ୍କର ଫୁସଫୁସରେ ତରଳ ପଦାର୍ଥ ଜମିବା ଯୋଗୁଁ ତାଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ହେଉଥିଲା । ତେବେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ହୋଇଥିଲା ଏବଂ ତାଙ୍କୁ ଜୁନ୍ ୧୧ ରେ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା ।

ସେପଟେ ବଲିଉଡର ଆଉ ଜଣେ ଭେଟେରାନ ଆକ୍ଟର ନସିରୁଦ୍ଧିନ ଶାହା ମଧ୍ୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୂଯାୟୀ ସେ ନ୍ୟୁମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ ୨ ଦିନ ଧରି ମୂମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ଶୀଘ୍ର ସୁସ୍ଥ ହେଉଥିବା ନେଇ ସୂଚନା ଦେଇଛନ୍ତି ନସିରୁଦ୍ଦିନଙ୍କ ମ୍ୟାନେଜର ।

Get real time updates directly on you device, subscribe now.