fbpx

ସୁନ୍ଦର ଗ୍ରାମର ଅସୁନ୍ଦର ଡ୍ରେନ

ଖଇରପୁଟ , 20/2 -ମାଲକାନଗିରି ଜିଲ୍ଲାର ପ୍ରବେଶଦ୍ୱାରା  ହେଉଛି ଗୋବିନ୍ଦପାଲ୍ଲୀ । ଏହି ଗ୍ରାମରେ ଅନେକ ଉନ୍ନତ ମୂଳକ ରାସ୍ତା ନିର୍ମାଣ ହଉଛି ଓ କେତେ ଗୁଡିଏ ହେଇ ସାରିଛି । ସେଇ ଭଳି ମାଲକାନଗିରି ଜିଲ୍ଲା ଠାରୁ ବୋଇପାରିଗୁଡା ମୁଖ୍ୟ ସଂଯୋଗ ରାସ୍ତା NH- 326 ଏହି ରାସ୍ତ ଟିକୁ ଆନ୍ଧ୍ରର  ର ଲିଙ୍କନ ନାମକ ଘରୋଇ କମ୍ପାନୀ ଟି ରାସ୍ତା ନିର୍ମାଣ କରିଥିଲେ କିନ୍ତୁ ଛୋଟିଆ ଗ୍ରାମ ଗୁଡିକ ରାସ୍ତା ମୁଖ୍ୟ ରାସ୍ତା କୁ ସଂଯୋଗ ପାଇଁ ୧୦ଫୁଟ ର ପିଚୁ କିମ୍ୱା କଂକ୍ରିଟ ରାସ୍ତା ମଧ୍ୟ କରିନଥିଲେ। ସେଇ କମ୍ପାନୀ ଦ୍ୟୁରା ନିର୍ମିତ ଡ୍ରେନ ଗୁଡ଼ିକ ର ଉପର ପ୍ଲେଟ ମଧ୍ୟ ନିମ୍ନ ମାନର ହେଇଥିବା ଯୋଗୁଁ ଭାଙ୍ଗିଯିବା ର ଦୃଶ୍ୟ ଦେଖିବାକୁ ମିଳୁଥିଲା ଫଳରେ ସେଇ ସ୍ଥାନଟି ଅପରିଷ୍କାର ହୋଇରହିଛି । ତେବେ ଏହା ଦେଖି ସ୍ଥାନୀୟ ଲୋକେ କମ୍ପାନୀ ଟି ନିମ୍ନ ମାନର କାର୍ଯ୍ୟ କରିଅଛି ବୋଲି କହିଥିଲେ। ତେବେ ଏହା ଉପରେ ଯଦି ପ୍ରଶାସନ ର ନଜର ପଡ଼ନ୍ତା ତ ଗୋବିନ୍ଦପାଲ୍ଲୀ ଗ୍ରାମଟି ସୁନ୍ଦର ମୟ ଦେଖା ଯାଆନ୍ତା।

Get real time updates directly on you device, subscribe now.