CHARIDHAM

ଏଣିକି ଛୁଟିଦିନରେ ଖୋଲା ରହିବ ଡାକଘର,ଜାଣନ୍ତୁ ଏହାର କାରଣ ……

ଭୁବନେଶ୍ୱର:ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଦେଶ ବର୍ତ୍ତମାନ ତାର ସ୍ୱାଧୀନତାର ୭୫ତମ ପୂର୍ତ୍ତି ପାଳନ କରୁଛି । ଏହା ସହିତ ସାରା ଦେଶରେ ବର୍ତ୍ତମାନ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି ।
ତେବେ ଏହା ଭିତରେ ଛୁୁଟି ଦିନ ମାନଙ୍କରେ ମଧ୍ୟ ଖୋଲା ରହିବ ଡାକଘର ।ଆଗାମୀ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ସମସ୍ତ ଡାକ ଘର ଖୋଲା ରହିବ । ଏହା ସହିତ ସମସ୍ତ ଡାକ ଘରେ ତ୍ରିରଙ୍ଗା ପତାକା ମିଳିବ ।ଦେଶ ତାର ଆଜାଦୀ କା ଅମୃତ ମହୋତ୍ସବ ପାଳନ କରୁଛି ଏବଂ ଏହାକୁ ସ୍ମରଣୀୟ କରିବା ପାଇଁ ଏହା କରାଯାଉଛି ।

ଭାରତୀୟ ଡାକ ବିଭାଗ ଅଧିନସ୍ଥ ୧ଲକ୍ଷ ୫୯ ହଜାର ଠାରୁ ଅଧିକ ଡାକଘର ଏବଂ ଏଠାରେ କାର୍ଯ୍ୟକରୁଥିବା କର୍ମଚାରୀଙ୍କ ସାହାର୍ଯ୍ୟ ବଳରେ ସ୍ଥାନୀୟ ତଥା ଗ୍ରାମଞ୍ଚଳ ଲୋକମାନଙ୍କୁ ସଚେତନ କରାଇବା ପାଇଁ ପ୍ରତି ଡାକ ଘରେ ତ୍ରିରଙ୍ଗା ପତାକା ବିକ୍ରି କରାଯିବ ।ପ୍ରତି ଡାକଘରେ ମାତ୍ର ୨୫ ଟଙ୍କାରେ ତ୍ରିରଙ୍ଗା ପତାକା ମିଳିବ ।

ସୂଚନାମୁତାବକ ଅଗଷ୍ଟ ୭ ତାରିଖ, ୯ ତାରିଖ ଏବଂ ୧୪ ତାରିଖ ସରକାରୀ ଛୁଟି ରହିଥିଲେ ମଧ୍ୟ  ଡାକଘରେ ଜାତୀୟ ପତାକା ବିକ୍ରିଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଡାକଘର କାଉଣ୍ଟରୁ ଲୋକମାନେ ଜାତୀୟ ପତାକା ନେଇ ପାରିବେ । ଆଗାମୀ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଦେଶର ସବୁ ଡାକଘରେ ଏହି ବ୍ୟବସ୍ଥା ରହିବ ।