fbpx

୧୦ ମ ଏବଂ ଦ୍ୱାଦଶ ପାସଙ୍କ ପାଇଁ ସରକାରୀ ଚାକିରି ସୁଯୋଗ, ବିନା ପରୀକ୍ଷାରେ ମିଳିବ ନିଯୁକ୍ତି: ଜଲଦୀ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ପୋଷଣ ସଂସ୍ଥାନ(ଏନଆଇଏନ) ରେ ପ୍ରୋଜେକ୍ଟ ଫିଲ୍ଡ ୱାର୍କର ସହ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ପଦରେ ଆବେଦନ ପାଇଁ ପ୍ରକ୍ରିୟା ଜାରି ରହିଛି । ଆଶାୟୀ ଅଫିସିଆଲ ୱେବସାଇଟ୍ nin.res.in ରେ ୨ ଫେବୃଆରୀ ୨୦୨୨ ପୂର୍ବରୁ ଅଫିସିଆଲ ନୋଟିଫିକେସନ ଦେଖିବା ସହ ଆବେଦନ କରିପାରିବେ ।

ଏଥିରେ ସମୁଦାୟ ୨୪ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି । ତେବେ ଆଶାୟୀ ଧ୍ୟାନ ରଖନ୍ତୁ ଯେ ଏହି ଆବେଦନ ରେଜିଷ୍ଟର ଡାକ ମାଧ୍ୟମରେ ଆବେଦନ କରିପାରିବେ ।

ଏନଆଇଏନ ରିକ୍ରୁଟମେଣ୍ଟ ୨୦୨୨: ଏହି ପଦବୀରେ ରହିଛି ଏତିକି ପଦବୀ ଖାଲି

ପ୍ରୋଜେକ୍ଟ ଫିଲ୍ଡ ୱାର୍କର-୧୩ ପଦବୀ

ପ୍ରୋଜେକ୍ଟ ଟେକ୍ନିସିଆନ- ୪ ପଦବୀ

ପ୍ରୋଜେକ୍ଟ ଫିଲ୍ଡ ଆଟେଣ୍ଟାଣ୍ଟ- ୭ ପଦବୀ

ପ୍ରୋଜେକ୍ଟ ଫିଲ୍ଡ ଆଟେଣ୍ଡାଣ୍ଟ ପଦରେ ଆବେଦନ କରିବା ପାଇଁ ୧୦ମ ପାସ୍ କରିଥିବା ଆବଶ୍ୟକ । ସେହିଭଳି ଅନ୍ୟ ପଦବୀ ପାଇଁ ଆଶାୟୀ ଦ୍ୱାଦଶ ପାସ କରିଥିବା ଆବଶ୍ୟକ । ତେବେ ଅଧିକ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଆଶୟୀ ଅଫିସିଆଲ ନୋଟିଫିକେସନ ଦେଖିପାରିବେ । ଏହି ପଦ ଗୁଡ଼ିକରେ ଆବେଦନ କରିବା ପାଇଁ ବୟସ ସୀମା ୨୫ରୁ ୩୦ ବର୍ଷ ମଧ୍ୟରେ ରହିଛି । ଓବିସି ବର୍ଗଙ୍କୁ ଆବେଦନ ପାଇଁ ବୟସସୀମାରେ ୩ ବର୍ଷ ଏବଂ ଏସସି/ଏସଟି ବର୍ଗରେ ଆବେଦନ କରିବା ପାଇଁ ୫ ବର୍ଷର ଛାଡ଼ ରହିଛି । ଆଶାୟୀ ଆବେଦନ କରିବା ପୂର୍ବରୁ ଅଫିସିଆଲ ନୋଟିଫିକେସନକୁ ଭଲ ଭାବରେ ପଢ଼ିନିଅନ୍ତୁ ।

ଅଫିସିଆଲ ନୋଟିଫିକେସନ:  https://www.nin.res.in/employment/Advt-No-41-13-01-2022.pdf

Get real time updates directly on you device, subscribe now.