fbpx

ଲ୍ୟାପଟପରେ ବସି କାମ କରିବାରୁ ବେକରେ ଯନ୍ତ୍ରଣା ହେଉଛି କି? ତେବେ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: କମ୍ପ୍ୟୁଟର-ଲାପଟପରେ ଘଣ୍ଟା ଘଣ୍ଟା ବସି କାମ କରିବାକୁ ପୋଷ୍ଟୁରାଲ୍ ସମସ୍ୟା ହେବା ଅତି ସାଧାରଣ କଥା । ୱାର୍କ ଫ୍ରମ୍ ହୋମ୍ ସମୟରେ ଅନେକ ସମୟ ବସି କାମ କରିବାକୁ ବେକରେ ଯନ୍ତ୍ରଣାକୁ ଆହୁରି ବଢ଼ାଇଦିଏ । ୫୦% ବ୍ୟକ୍ତି ଏହି ସମସ୍ୟାରେ ପୀଡିତ ଅଛନ୍ତି । ଯଦି ଆପଣ ବି ଏହି ସମସ୍ୟାରେ ଜଡ଼ିତ ଅଛନ୍ତି, ତେବେ ଆପଣାନ୍ତୁ କିଛି ସହଜ ଉପାୟ ଯାହା ଦ୍ୱାରା ଆପଣ ଏପରି ସମସ୍ୟାରୁ ଅତି ସହଜରେ ମୁକ୍ତି ପାଇପାରିବେ…

-ଯଦି ବେକରେ ଯନ୍ତ୍ରଣା ହେଉଛି, ତେବେ କିଛି ସମୟରେ ମୁଣ୍ଡକୁ ଡାହାଣ ଓ ବାମକୁ ବୁଲାନ୍ତୁ । ଏହି ସମୟରେ ବେକକୁ ସିଧା ରଖନ୍ତୁ । ଏହାକୁ ଚେୟାରରେ ବସି ବସି ମଧ୍ୟ କରିପାରିବେ । ପାଖାପାଖି ୧୦-୧୦ ଥର ଦୁଇପାଶ୍ୱର୍କୁ ମୁଣ୍ଡ ବୁଲାନ୍ତୁ । ପ୍ରତି ୨ରୁ ୩ ଘଣ୍ଟା ମଧ୍ୟରେ ଆପଣ ଏହା କରିପାରିବେ ।

-ଚେୟାରରେ ବସି ଆପଣ ଆଉ ଏକ ସହଜ ବ୍ୟାୟାମ କରିପାରିବେ । ଏଥିପାଇଁ ଚେୟାରରେ ଆରାମରେ ବସନ୍ତୁ ଓ ମୁଣ୍ଡକୁ ତଳକୁ ନୁଆଇଁ ଦେଇ ଥୋଡିକୁ ଛାତିରେ ଛୁଅାଁଇବାକୁ ଚେଷ୍ଟା କରନ୍ତୁ ।ଏହା ପରେ ମୁଣ୍ଡକୁ ପଛ ପଟକୁ ନେଇଯାଆନ୍ତୁ । ଏହାକୁ ବି ୨ରୁ ୩ ଘଣ୍ଟାରେ ଥରେ କରିପାରିବେ ।

– ବେକରେ ଯନ୍ତ୍ରଣା ହେଲେ ଏକ ଗରମ ପ୍ୟାଡ ବ୍ୟବହାର କରି ସେକ ଦେଇପାରିବେ । ଏହା ତୁରନ୍ତ ଆରାମ ଦେଇଥାଏ ।

Get real time updates directly on you device, subscribe now.