ଆଜି ଦେଶରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ, ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ଅର୍ଦ୍ଧନମିତ ରହିବ ରାଷ୍ଟ୍ରୀୟ ପତାକା
ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ମରିସସ୍ର ପୂର୍ବତନ ରାଷ୍ଟ୍ରତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଅନେରୁଦ୍ ଜଗନ୍ନାଥଙ୍କ ପରଲୋକ ଘଟିଛି । ତେଣୁ ଶନିବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ଶନିବାର ରାଷ୍ଟ୍ରୀୟ ପତାକା ଅର୍ଦ୍ଧନମିତ ରହିବ ଏବଂ କୌଣସି ଅଫିସିଆଲ୍ ଏଣ୍ଟରଟେନ୍ମେଣ୍ଟ କାର୍ଯ୍ୟକ୍ରମ ହେବ ନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନିରୁଦ୍ଧ ଜଗନ୍ନାଥଙ୍କ ପୁଅ ତଥା ପ୍ରଧାନମନ୍ତ୍ରୀ ପ୍ରବୀଣ ଜଗନ୍ନାଥଙ୍କୁ ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତର ସମବେଦନା ଜଣାଇଛନ୍ତି। ଜୁନ୍ ୩, ୨୦୨୧ ରେ ଅନିରୁଦ୍ଧ ଜଗନ୍ନାଥଙ୍କର ୯୧ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ ଉଭୟ ପ୍ରଧାନମନ୍ତ୍ରୀ ଏବଂ ମରିସସର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ଅନିରୁଦ୍ଧ ଜଗନ୍ନାଥଙ୍କ ପୂର୍ବପୁରୁଷମାନେ ୟୁପିର ବାଲିଆ ଜିଲ୍ଲାର କିର୍ସାଡା ଥାନା ଅନ୍ତର୍ଗତ ଆଥିଲପୁରା ଗ୍ରାମରେ ରହୁଥିଲେ। ଖବର ଅନୁଯାୟୀ, ଅନିରୁଦ୍ଧଙ୍କ ପିତା ବିଦେଶୀ ଯାଦବ ଏବଂ ଦାଦା ଝୁଲଇ ଯାଦବଙ୍କୁ ୧୮୭୩ ମସିହାରେ ବ୍ରିଟିଶ ସରକାର ମରିସସକୁ ପଠାଇ ଥିଲେ। ଆଜି ଏହି ପରିବାର ମରିସସର ସବୁଠାରୁ ପ୍ରତିଷ୍ଠିତ ରାଜନୈତିଜ୍ଞ ଭାବରେ ଜଣାଶୁଣା ।