fbpx

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ହେଲା ଗାଇଡଲାଇନ୍: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ

Advertisement

ନୂଆଦିଲ୍ଲୀ: ଜାତୀୟ ଶିକ୍ଷକ ପୁରସ୍କାର ୨୦୨୪ ପାଇଁ ଆବେଦନ ଆରମ୍ଭ ହୋଇଛି । ଉଚ୍ଚ ଶିକ୍ଷାନୁଷ୍ଠାନ ଓ ପଲିଟେକନିକର ଶିକ୍ଷକମାନଙ୍କୁ ଏହି ପୁରସ୍କାର ଦିଆଯିବାକୁ ଥିବାବେଳେ ଏହା ଜୁନ୍ ୨୦ ପର୍ଯ୍ୟନ୍ତ ଚାଲିବ । ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ ଅନୁସାରେ ଗୁଣାତ୍ମକ ଶିକ୍ଷା ପାଇଁ ଅଧ୍ୟାପକଙ୍କୁ ଉତ୍ସାହିତ କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫରୁ ଏହି ଶିକ୍ଷକ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରାଯିବ । ଏନେଇ ମନ୍ତ୍ରଣାଳୟ ତରଫରୁ ଗାଇଡଲାଇନ୍ ଜାରି କରାଯାଇଛି ।

୨ଟି କ୍ୟାଟେଗୋରିରେ ୩୫ଟି ପୁରସ୍କାର ପ୍ରଦାନ କରାଯିବ । ଚୟନ ହୋଇଥିବା ଶିକ୍ଷକମାନଙ୍କୁ ସେପ୍ଟେମ୍ବର ମାସ ୫ ତାରିଖରେ ପୁରସ୍କୃତ କରାଯିବ । ପୁରସ୍କାର ମେଡାଲ, ସାର୍ଟିଫିକେଟ ଓ ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ଜୁନ ୨୦ ଆବେଦନର ଶେଷ ତାରିଖ ରହିଛି । ଉଚ୍ଚ ଶିକ୍ଷାନୁଷ୍ଠାନ ଓ ପଲିଟେକନିକର ନିୟମିତ ଶିକ୍ଷକମାନେ ଏଥିପାଇଁ ଆବେଦନ କରିପାରିବେ । ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୨୫ ଓ ପଲିଟେକନିକ୍ ପାଇଁ ୧୦ଟି ପୁରସ୍କାର ଦିଆଯିବ । ଉଚ୍ଚ ଶିକ୍ଷାନୁଷ୍ଠାନର ୨୫ ଜଣଙ୍କୁ ୩ଟି ସବ-କ୍ୟାଟୋଗୋରିରେ ପୁରସ୍କାର ଦିଆଯିବ ।

ଆବେଦନକାରୀଙ୍କର ସ୍ନାତକ କିମ୍ବା ସ୍ନାତକୋତ୍ତର କ୍ଷେତ୍ରରେ ସର୍ବନିମ୍ନ ୫ବର୍ଷର ଅଧ୍ୟାପକ ଅଭିଜ୍ଞତା ରହିଥିବା ଆବଶ୍ୟକ । ତାଙ୍କର ବୟସ ସୀମା ୫୫ ବର୍ଷରୁ ଅଧିକ ହୋଇ ନଥିବ । ଏହି ପୁରସ୍କାର ପାଇଁ ପୁଳପତି, ନିର୍ଦ୍ଦେଶକ, ଅଧ୍ୟକ୍ଷମାନେ ଆବେଦନ କରିପାରିବେ ନାହିଁ । ପୁରସ୍କାର ପାଇଁ ଜଣେ ବ୍ୟକ୍ତି ନିଜେ ଆବେଦନ କରିପାରିବେ । କୌଣସି ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି, ଶିକ୍ଷାନୁଷ୍ଠାନର ଅବସରପ୍ରାପ୍ତ ନିର୍ଦ୍ଦେଶକ ଓ ଅଧ୍ୟକ୍ଷ, ଅଧ୍ୟାପକମାନେ ଅବସର ନେଇଥିବା ଶିକ୍ଷାନୁଷ୍ଠାନର ନିୟମିତ ଅଧ୍ୟାପକଙ୍କ ନାମକୁ ସୁପାରିଶ କରିପାରିବେ । ଆବେଦନକାରୀମାନେ ରାଷ୍ଟ୍ରୀୟ ପୁରସ୍କାର ପୋର୍ଟାଲ https://awards.gov.in/ ରେ ଅ।।ବେଦନ କରାଯିବ ।

Get real time updates directly on you device, subscribe now.