fbpx

ପ୍ରକୃତି ପ୍ରେମୀଙ୍କ ସ୍ୱର୍ଗ ‘ଲାକ୍ଷାଦ୍ୱୀପ’: ଜାଣନ୍ତୁ ଭ୍ରମଣ ପାଇଁ କେଉଁଟି ରହିଛି ଉପଯୁକ୍ତ ସମୟ

ନୂଆଦିଲ୍ଲୀ: କେତେକ ବିକାଶ ପ୍ରକଳ୍ପର ଉଦଘାଟନ ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାକ୍ଷାଦ୍ୱୀପ ଭ୍ରମଣରେ ଯାଇଥିଲେ । ତେବେ ନିଜ ବ୍ୟସ୍ତବହୁଳ ଜୀବନରୁ କିଛି ସମୟ ବାହାର କରି ସେଠାରେ କିଛି ସମୟ ବିତାଇଥିଲେ । ଏହା ସହିତ ସେଠାକାର ସୁନ୍ଦର ଦ୍ୱୀପ ସବୁକୁ ଏକ୍ସପ୍ଲୋର କରିବା ପାଇଁ ଏବଂ ସମୁଦ୍ରରେ ସ୍ନେର୍କେଲିଙ୍ଗ ଆଡ଼ଭେଞ୍ଚର ମଧ୍ୟ କରିଥିଲେ । ଏହି ସ୍ମରଣୀୟ ମୂହୁର୍ତ୍ତମାନଙ୍କୁ କ୍ୟାମେରାରେ କଏଦ କରି ସେ ସୋସିଆଲ ମିଡିଆରେ ମଧ୍ୟ ପୋଷ୍ଟ କରିଥିଲେ ।

ମୋଦୀ, ସେଠାକାର ସୁନ୍ଦର ଦୃଶ୍ୟକୁ ଉପଭୋଗ କରିବା ସହିତ ସ୍ଥାନୀୟ ବାସିନ୍ଦାମାନଙ୍କ ସହିତ ଭାବବିନିମୟ କରିବା ସହିତ କାଉନ୍ସିଲର ସଦସ୍ୟମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିବା ଦେଖିବାକୁ ମିଳିଛି ଏହି ପୋଷ୍ଟରେ । ତେବେ ଏହି ପୋଷ୍ଟରେ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ- “ଏହି ଚମକ୍ରାର ସ୍ଥାନର ସୌନ୍ଦର୍ଯ୍ୟ ଏବଂ ଏଠାକାର ବାସିନ୍ଦାଙ୍କର ଆପଣାପଣ ଏବଂ ଭଲପାଇବା ଦେଖି ମୁଁ ଆଶ୍ଚର୍ଯ୍ୟ । ଅଗତୀ, ବାଙ୍ଗାରାମ ଏବଂ କାଭାର୍ତ୍ତୀରେ ପାଇଥିବା ଆତିଥ୍ୟ ଅବିସ୍ମରଣୀୟ । ଏହି ସ୍ଥାନର କିଛି ଦୃଶ୍ୟ ଆପଣମାନଙ୍କ ପାଇଁ..”

ତେବେ ପ୍ରଧାନମନ୍ତ୍ରୀଙ୍କର ଏହି ପୋଷ୍ଟ ବର୍ତ୍ତମାନ ଅନେକ ପର୍ଯ୍ୟଟକଙ୍କୁ ଏଠାକୁ ଆସିବା ପାଇଁ ପ୍ରେରିତ କରୁଛି । ତେବେ ୍ରଆସନ୍ତୁ ଜାଣିବା କେଉଁ କେଉଁ ଦର୍ଶନୀୟ ସ୍ଥାନ ରହିଛି ଲାକ୍ଷାଦ୍ୱୀପରେ ଏବଂ କିପରି ଭାବରେ ଏଠାକୁ ଆପଣ ବୁଲିବାକୁ ଯାଇପାରିବେ ।

ଲାକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ଭାରତ ମାନଚିତ୍ରରେ ସବୁଠାରୁ ଛୋଟ ପ୍ରତୀତ ହୋଇଥାଏ । କିନ୍ତୁ ଏଠାରେ ଥିବା ଧଳା ବେଳାଭୂମି, ଏହାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଏବଂ ଆଖପାଖର ସାମୁଦ୍ରିକ ଦୃଶ୍ୟ ବେଶ ମନଲୋଭା । ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଏକ ଉପଯୁକ୍ତ ସ୍ଥାନ । ତେବେ ଏହି ଦ୍ୱୀପପୁଞ୍ଜ ମଧ୍ୟରେ ପ୍ରାୟ ୩୫ଟି ଦ୍ୱୀପ ରହିଥବା ବେଳେ ଏହା ସ୍ଥଳଭାଗରେ କେବଳ ୩୨ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ । ଏହାର ଆଖପାଖ ୭ ଲକ୍ଷ ବର୍ଗକିଲୋମିଟର ଜଳଭାଗରେ ଆବୃତ ।

୧୨ଟି ଆଟଲ ମଧ୍ୟରୁ କେବଳ ଗୋଟିଏ ଦ୍ୱୀପରେ ଜନବସତି ରହିଛି । ତେବେ ଏହି ଦ୍ୱୀପଗୁଡ଼ିକ ଆକାରରେ ବୋଟ ଭଳି ଦେଖାଯାଇଥାନ୍ତି । ତେବେ ଏହାର ପୂର୍ବ ପାଶ୍ୱର୍ ସ୍ଥଳଭାଗ ଆଡ଼କୁ ରହିଥିବା କାରଣରୁ ଏଠାରେ ଜଳ ସମ୍ପୂର୍ଣ୍ଣ ସ୍ୱଚ୍ଛ ଏବଂ ଏଠାକାର ବେଳାଭୂମି ମଧ୍ୟ ବେଶ ସଫା ଏବଂ ଧଳା ସ୍ଫଟିକ ସଦୃଶ ।

ଲକ୍ଷ୍ମୀଦୀପକୁ ଯିବା ପାଇଁ କୋଚି ହେଉଛି ପ୍ରବେଶ ଦ୍ୱାର । କୋଚିରୁ ଦ୍ୱୀପପୁଞ୍ଜକୁ ବିମାନ ଏବଂ ଜାହାଜ ଚଳାଚଳ କରିଥାଏ । ପ୍ରାୟ ୧.୫ ଘଣ୍ଟା ମଧ୍ୟରେ କୋଚିରୁ ଆଗତୀ ଏବଂ ବଙ୍ଗରାମ ଦ୍ୱୀପପୁଞ୍ଜରେ ଆପଣ ବିମାନ ଯୋଗେ ପହଞ୍ଚି ପାରିବେ । କୋଚି ବିମାନବନ୍ଦରରୁ ବିଭିନ୍ନ ଭାରତୀୟ ଏବଂ ଆନ୍ତର୍ଜାତୀୟ ସ୍ଥାନକୁ ଯୋଗାଯୋଗ ମଧ୍ୟ ଉପଲବ୍ଧ ରହିଛି ।

ଅକ୍ଟୋବର ମାସରୁ ମେ ମାସ ପର୍ୟ୍ୟଟନ ଋତୁରେ, ଜାହାଜ ଏବଂ ହାଇ ସ୍ପିଡ୍ ଡଙ୍ଗା କୋଚିକୁ ଲକ୍ଷ୍ମୀଦୀପ ଦ୍ୱୀପ ସହିତ କଭାରତୀ, କଦମାଟ ଇତ୍ୟାଦି ସହିତ ସଂଯୋଗ କରିଥାଏ । ତେବେ ଏହା ଯୋଗେ ଯାତ୍ରା ପ୍ରାୟ ୧୪ରୁ ୧୮ ଘଣ୍ଟା ସମୟ ନେଇଥାଏ ।

ଲକ୍ଷ୍ମୀଦ୍ୱୀପ ପରିଦର୍ଶନ କରିବାର ସର୍ବୋତ୍ତମ ସମୟ ହେଉଛି ସେପ୍ଟେମ୍ବରରୁ ମେ ମଧ୍ୟରେ । ଯେତେବେଳେ ତାପମାତ୍ରା ୨୨ଡିଗ୍ରୀ ରୁ ୩୬ ଡିଗ୍ରୀ ମଧ୍ୟରେ ରହିଥାଏ ସେହି ସମୟରେ ପର୍ୟ୍ୟଟକମାନେ ସର୍ଫିଂ, ସନ୍ତରଣ, ସ୍ନର୍କେଲିଙ୍ଗ୍, ସ୍କୁବା ଡାଇଭିଂ, ୱାଟର ସ୍କିଙ୍ଗ୍, କାୟାକ୍ ଭଳି ରୋମାଞ୍ଚକର ଜଳ କ୍ରୀଡ଼ାରେ ଅଂଶଗ୍ରହଣ କରିପାରିବେ ।

ଲକ୍ଷ୍ମଦ୍ୱୀପ ଦ୍ୱୀପପୁଞ୍ଜ ପରିଦର୍ଶନ ପାଇଁ ପର୍ୟ୍ୟଟକମାନଙ୍କୁ ସ୍ୱତନ୍ତ୍ର ପ୍ରବେଶ ଅନୁମତି ଆବଶ୍ୟକ । ଏଠାକୁ ଯିବା ପାଇଁ ଗ୍ରାମାଞ୍ଚଳ ଅଧିକାରୀ, ପୋଲିସ ଇତ୍ୟାଦି ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ଦ୍ୱାରା ଅନୁମତି ନେବାକୁ ପଡ଼ିଥାଏ । ବିଭିନ୍ନ ବର୍ଗର ଆବେଦନକାରୀଙ୍କୁ ଅନୁମତି ପ୍ରଦାନ ପାଇଁ ପ୍ରାଧିକୃତ କର୍ତ୍ତୃପକ୍ଷ ଏବଂ ଯୋଗାଯୋଗ ବିବରଣୀ: ପ୍ରବେଶ ଅନୁମତି – ପ୍ରାଧିକରଣ ।

Authorized Authorities and Contact details for issue of permits to various category of applicants : Entry Permit – Authorities

Instructions for Issue,Reject,Renew,Endorse and Cancel the Entry Permit to various categories- order dated 19.06.2014 : Entry Permit – Instructions to Authorized Officers

Entry Permit Rules Lakshadweep : Entry Permit Rules

Entry Permit Portal : https://epermit.utl.gov.in

Get real time updates directly on you device, subscribe now.