fbpx
BJD SKY
BJD SKY

(Video) ଭାରତ-ମାଳଦ୍ୱୀପ ବିବାଦ ମଝିରେ କାହିଁକି ଭାଇରାଲ ହେଉଛି ଧୋନୀଙ୍କ ଏହି ଭିଡିଓ?

BJD

ନୂଆଦିଲ୍ଲୀ: ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତର ଫଟୋକୁ ନେଇ ମାଳଦ୍ୱୀପର ମନ୍ତ୍ରୀମାନଙ୍କ କିଛି ଟିପ୍ପଣୀ ଉପରେ ବିବାଦ ଥମିବାର ନାମ ନେଉନି । ଭାରତ ସରକାର ମାଳଦ୍ୱୀପ କୂଟନୀଜ୍ଞଙ୍କୁ ଡକାଇଥିବା ବେଳେ ସୋସିଆଲ ମିଡିଆରେ ଭାରତୀୟ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି । ଏନେଇ ଭାରତୀୟ କ୍ରିକେଟର ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ତେବେ ଏହାରି ମଧ୍ୟରେ ଏମଏସ ଧୋନୀଙ୍କ ଏକ ପୁରୁଣା ଭିଡିଓ ମଧ୍ୟ ଖୁବ ଜୋରରେ ଭାଇରାଲ ହେଉଛି । ଏହି ଭିଡିଓ ଏହି ବିବାଦକୁ ନେଇ ସଂପୂର୍ଣ୍ଣ ମେଳ ଖାଉଥିବା ଦେଖାଦେଇଛି ।

ସୋସିଆଲ ମିଡିଆରେ ଭାରତୀୟ ୟୁଜର୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ମାଳଦ୍ୱୀପର ମନ୍ତ୍ରୀମାନଙ୍କ ଟିପ୍ପଣୀକୁ ଅସମ୍ମାନ ବୋଲି କହୁଛନ୍ତି । ମାଳଦ୍ୱୀପ ପରିବର୍ତ୍ତେ ଭାରତରେ ପର୍ଯ୍ୟଟନ ପାଇଁ ବିଭିନ୍ନ ସୁନ୍ଦର ସ୍ଥାନ ବାଛିବା ପାଇଁ ଉପଭୋକ୍ତାମାନେ ଭାରତୀୟମାନଙ୍କୁ ଅନୁରୋଧ କରିଛନ୍ତି। ଭାରତର ଅନେକ ବଡ ବଡ ବ୍ୟକ୍ତିତ୍ୱ ମଧ୍ୟ ମାଳଦ୍ୱୀପ ପରିବର୍ତ୍ତେ ଭାରତ ଏକ୍ସଫ୍ଲୋର କରିବାକୁ ପରାମର୍ଶ ଦେଉଛନ୍ତି। ଏହାରି ମଧ୍ୟରେ ଧୋନୀଙ୍କ ପୁରୁଣା ଭିଡିଓ ସେୟାର କରାଯାଉଛି। ଏହି ଭିଡିଓରେ ଧୋନୀ କହୁଛନ୍ତି ଯେ ବର୍ତ୍ତମାନ ସେ ପ୍ରଥମେ ଭାରତ ଭ୍ରମଣ କରିବାକୁ ଚାହୁଁଛନ୍ତି।

ଧୋନୀ ଏହି ଭିଡିଓରେ କହୁଛନ୍ତି, ମୁଁ ବହୁତ ଯାତ୍ରା କରିଛି କିନ୍ତୁ ଛୁଟିଦିନ ଉଦ୍ଦେଶ୍ୟରେ ନୁହେଁ। ମୋର କ୍ରିକେଟ୍ ଖେଳ ପାଇଁ ମୁଁ ବିଭିନ୍ନ ଦେଶ ପରିଦର୍ଶନ କରିଥିଲି କିନ୍ତୁ ମୁଁ ଅଧିକ ଦେଖି ନଥିଲି କାରଣ ମୋର ଧ୍ୟାନ କେବଳ କ୍ରିକେଟ୍ ଉପରେ ଥିଲା। ମୋ ପତ୍ନୀ ଭ୍ରମଣ କରିବାକୁ ପସନ୍ଦ କରନ୍ତି। ତେଣୁ ବର୍ତ୍ତମାନ ମୋର ଯୋଜନା ହେଉଛି ଯଦି ଆମେ ସମୟ ପାଇଥାଉ, ତେବେ ଯାତ୍ରା କରିବା ଉଚିତ୍।ଆମେ ଭାରତ ଦେଖି ଆମର ଯାତ୍ରା ଆରମ୍ଭ କରିବାକୁ ଚାହୁଁଛୁ। ଆମର ଏଠାରେ ଅନେକ ସୁନ୍ଦର ସ୍ଥାନ ଅଛି। ତେଣୁ ଅନ୍ୟ କୌଣସି ସ୍ଥାନକୁ ଯିବା ପୂର୍ବରୁ ମୁଁ ଏଗୁଡିକ ଦେଖିବାକୁ ଚାହେଁ ।

ଧୋନୀଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର କରୁଥିବାବେଳେ ଭାରତୀୟ ଉପଭୋକ୍ତାମାନେ ଲେଖୁଛନ୍ତି ଯେ, ମାଳଦ୍ୱୀପ ବଦଳରେ ପ୍ରଥମେ ଭାରତର ପର୍ଯ୍ୟଟନ ସ୍ଥାନ ପରିଦର୍ଶନ କରନ୍ତୁ। ଧୋନୀ ମଧ୍ୟ ସେହି କଥା କହୁଛନ୍ତି।

Get real time updates directly on you device, subscribe now.