fbpx

ଝାରସୁଗୁଡ଼ାରେ ପହଞ୍ଚିଲା ନବଙ୍କ ପାର୍ଥିବ ଶରୀର

ଝାରସୁଗୁଡା(ଓଡ଼ିଶା ଭାସ୍କର): ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିଲା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପାର୍ଥିବ ଶରୀର । ବିମାନବନ୍ଦରରେ ମନ୍ତ୍ରୀଙ୍କ ଶେଷ ଦର୍ଶନ ପାଇଁ ହଜାର ହଜାର ଶୁଭେଚ୍ଛୁ ଓ ସମର୍ଥନଙ୍କ ଭିଡ଼ ଦେଖିବାକୁ ମିଳିଛି । ବିମାନବନ୍ଦରରୁ ସରବାହାଲ ସ୍ଥିତ ବାସଭବନକୁ ନିଆଯିବ ନବଙ୍କ ମରଶରୀର । ସୂଚନା ମୁତାବକ, ଶେଷ ଦର୍ଶନ ଓ ଶୋଭାଯାତ୍ରା ପରେ ଅନ୍ତିମ ସଂସ୍କାର ହେବ । ଅନ୍ୟପଟେ ଭିଡ଼କୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ବିମାନ ବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ତେବେ ବ୍ରଜରାଜନଗର ଗାନ୍ଧି ଛକରେ ଗୋପାଳ ଦାସ ନାମ ଜଣେ ପୋଲିସ ଏଏସଆଇ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଗୁଳିଟି ତାଙ୍କ ଛାତି ତଳେ ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ । ପ୍ରଥମେ ତାଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଆପୋଲୋ ବିଶେଷଜ୍ଞଙ୍କ ସହ କଟକ ବଡ଼ ଡାକ୍ତରଖାନା ଓ କ୍ୟାପିଟାଲ ହସ୍ପିଟାଲର ବିଶେଷଜ୍ଞମାନେ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିଲେ । ଏପରିକି ତାଙ୍କ ଶରୀରରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ମୃତ୍ୟୁବରଣ କରିଥିଲେ ।

Get real time updates directly on you device, subscribe now.