fbpx

୧୭ ଲୋକଙ୍କ ହତ୍ୟାକାରୀ, ପାଣିରେ ବୁଡ଼ାଇ ବୁଡ଼ାଇ ମାରୁଥିଲା; ଏବେ ପୋଲିସ୍ ପଞ୍ଝାରେ

ନୋଏଡା: ହରିୟାଣାର ରୋହତକରେ ରହୁଥିବା ରୋହିତ୍ ଙ୍କର ହତ୍ୟା କରିଥିବା “ଗଦର୍ ଗ୍ୟାଙ୍ଗ”ର ସରଗନା ନବୀନ ଜାଟ୍ ୧୭ରୁ ଅଧିକ ହତ୍ୟା କରିସାରିଛି । ପୋଲିସ୍ ର ପଚରାଉଚରା ବେଳେ ସେ ସତ ମାନିଛି । ଗୁରୁବାର ଦିନ ବିଳମ୍ବିତ ରାତିରେ ପୋଲିସ୍ ତାକୁ ଗିରଫ କରିଥିଲା । ସୋନିପତ୍ ରେ ରହୁଥିବା ନବୀନ ଜାଟ୍ ଙ୍କ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ବି ଘୋଷଣା କରାଯାଇଛି । ଏସଟିଏଫ୍ ଙ୍କର କହିବା କଥା ଯେ, ନବୀନ ନିଜ ଶତ୍ରୁ ମାନଙ୍କୁ ପାଣିରେ ବୁଡ଼ାଇ ମାରିଦେଉଛି । ଏପର୍ଯ୍ୟନ୍ତ ସେ ୧୭ଟି ହତ୍ୟା ଏହିପରି ଯୋଜନାରେ କରିଛି ।

୨୧ ବର୍ଷୀୟ ରୋହିତଙ୍କ ଶବ ଜୁଲାଇ ୨୭ ତାରିଖରେ ନଲେଜ ପାର୍କ ଥାନା ଅଞ୍ଚଳରୁ ମିଳିଥିଲା । ତେବେ ଏନେଇ ରୋହିତ୍ ଙ୍କ ବାପା ଥାନାରେ ମାମଲା ରୁଜୁ କରିଥିଲେ । ଏନେଇ ଅକ୍ଟୋବର ୭ ତାରିଖରେ ପୋଲିସ୍ ମୋକଦ୍ଦମା ରୁଜୁ କରିଥିଲା । ଏହାପରେ ବିଶେଷ ସୁତ୍ରରୁ ସୂଚନା ମିଳିଥିଲା ଯେ, ନବୀନ ଜାଟ କୌଣସି କାମରେ ଦିଲ୍ଲୀ ଯାଉଛି । ଏହାପରେ ଏସଟିଏଫ୍ ର ମେରଠ ୟୁନିଟ୍ ନବୀନକୁ ଧରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ଓ ତାକୁ କାବୁ କରିଥିଲେ । ତା ପାଖରୁ ପିସ୍ତଲ ଓ ମୋବାଇଲ ଜବତ କରାଯାଇଛି ।

Get real time updates directly on you device, subscribe now.