fbpx

ଖୁବଶୀଘ୍ର ଫନି କ୍ଷତିଗ୍ରସ୍ତଙ୍କୁ ଆବାସ: ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୧୬ା୧୨ (ଓଡିଶା ଭାସ୍କର): ଫନି କ୍ଷତିଗ୍ରସ୍ତଙ୍କଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ)ରେ ସାମିଲ ନେଇ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଦର୍ଶାଇଛନ୍ତି ।

ଫନି ଦ୍ୱାରା ପ୍ରଭାବିତ ହୋଇଥିବା ରାଜ୍ୟର ୧୪ ଜିଲ୍ଲାର ୭.୮୭ ଲକ୍ଷ ଘର ଚିହ୍ନଟ ହୋଇସାରିଛି । ସେମାନଙ୍କୁ ପିଏମଏୱାଇରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି । ଏହାଛଡ଼ା ଅଣ ଫନି ପ୍ରଭାବିତ ୧୬ ଜିଲ୍ଲାର ୬.୦୭ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କୁ ମଧ୍ୟ ଯୋଜନାରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି । ଏହାଦ୍ୱାରା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିଳିପାରିବ ।

ଯୋଗ୍ୟ ହିତାଧିକାରୀଙ୍କୁ ଜିଓ ଟ୍ୟାଗ ଦ୍ୱାରା ଚିହ୍ନଟ କରାଯାଉ । ଜିଓ ଟ୍ୟାଗ ପାଇଁ ମୋବାଇଲ ଆପ, ଆବାସ ୱିଣ୍ଡୋ ଖୋଲିବାକୁ ଦାବି କରିଛନ୍ତି । ଫଳରେ ଫନି ପ୍ରଭାବିତ ଅଞ୍ଚଳର ଲୋକେ ସହଜରେ ଆବେଦନ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ।

Get real time updates directly on you device, subscribe now.