ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ଭାବପ୍ରବଣ ହୋଇପଡ଼ିଥିଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଝିଅ ରାବିୟା । ନିର୍ବାଚନ ରାଲିରେ ବାପା ନଜିତିବା ପର୍ଯ୍ୟନ୍ତ ବାହାହେବେନି ବୋଲି କହିଥିଲେ । ହେଲେ ଝିଅର ଏପରି ଭାବପ୍ରବଣାତ୍ମକ ଡାଇଲଗ୍ ଭୋଟରଙ୍କୁ ଆକୃଷ୍ଟ କରିପାରିଲାନି । ଶେଷରେ ନିର୍ବାଚନ ମିଦାନରେ ମାଟି କାମୁଡ଼ିଲେ ସିଦ୍ଧୁ । ବାପା ତ ହାରିଗଲେ ହେଲେ ସତରେ ରାବିଆ ବାହା ହେବେ କି ନାହିଁ। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଏପରି ସାଧରଣରେ ଏପରି କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି ।
ପଞ୍ଜାବ ବିଧାନସଭା ନିର୍ବାଚନରେ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ହୋଇଥିଲେ । ସିଦ୍ଧୁଙ୍କ ପାଇଁ ପ୍ରଚାର କରିବାକୁ ମୈଦାନକୁ ଓହ୍ଲାଇଥିଲେ ଝିଅ ରାବିୟା । ଏକ ନିର୍ବାଚନୀ ସଭାରେ ଇମୋଶନାଲ୍ ହୋଇପଡ଼ିଥିଲେ ରାବିୟା । ଭାଷଣ ଦେଉଦେଉ କହି ପକାଇଥିଲେ “ବାପା ନ ଜିତିବା ପର୍ଯ୍ୟନ୍ତ ମୁଁ ବାହା ହେବେନି” । ଆଉ ବିରୋଧୀଙ୍କୁ କରିଥିଲେ ସିଧାସିଧା ଟାର୍ଗେଟ । ହେଲେ ରାବିୟାଙ୍କ ଏହି ଭାବପ୍ରବଣାତ୍ମକ ଡାଇଲଗ୍ କାମ ଦେଲାନାହିଁ । ଆପ୍ ପ୍ରାର୍ଥୀ ଜୀବନଜ୍ୟୋତି କୌର ୬୭୫୦ ଖଣ୍ଡ ଭୋଟ୍ରେ ସିଦ୍ଧୁଙ୍କୁ ହରାଇଛନ୍ତି ।