fbpx

ନାଜିର ପ୍ରଥମ ନୁହଁନ୍ତି, ଏହା ପୂର୍ବର ଅନ୍ୟ ଦୁଇ ଜଣ ବିଚାରପତି ହୋଇଥିଲେ ରାଜ୍ୟପାଳ

Advertisement

ନୂଆଦିଲୀ : ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ସୟଦ ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି । ବିରୋଧୀ କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରିପାରୁନଥିବା ବେଳେ ଏହାକୁ ନେଇ ଅନେକ ସମାଲୋଚନା କରାଯାଉଛି । ନ୍ୟାୟିକ ବ୍ୟବସ୍ଥା ସହ ଜଡିତ ଥିବା ବ୍ୟକ୍ତିବିଶେଷଙ୍କୁ କିପରି ରାଜ୍ୟପାଳ ପଦ ମିଳୁଛୁ , ତାହାକୁ ନେଇ ଅନେକ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ଅବଦୁଲ ନାଜିର ଆଇନଜୀବୀ ଭାବରେ ପ୍ରଥମ ରାଜ୍ୟପାଳ ହୋଇଛନ୍ତି ତାହା ନୁହେଁ, ଏହା ପୂର୍ବରୁ ଦୁଇ ଜଣ ଆଇନଜୀବୀ ପରବର୍ତ୍ତୀ ସମୟରେ ରାଜ୍ୟପାଳ ପଦ ସମ୍ଭାଳିଥିଲେ ।

ସୁପ୍ରିମକୋର୍ଟ ପୂର୍ବତମ ମୁଖ୍ୟ ବିଚାରପତି ପି.ସଦାଶିବମ୍ ୨୦୧୪ରେ କେଳର ଏବଂ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଏମ୍‌.ଫତିମା ବିବି ତାମିଲନାଡୁର ରାଜ୍ୟପାଳ ହୋଇଥିଲେ ।

ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ପି. ସଦାଶିବ ମଦ୍ରାସ ହାଇକୋର୍ଟରେ ବ୍ୟତୀତ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ବିଚାରପତି ଭାବେର କାର୍ଯ୍ୟରତ ଥିଲେ । ୨୦୦୭ରେ ସେ ସୁପ୍ରିମକୋର୍ଟରେ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ପରେ ୨୦୧୩-୧୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଭାବରେ କାର୍ଯ୍ୟରତ ଥିଲେ । ଅବସର ନେଲା ପରେ ଏନଡିଏ ସରକାର ତାଙ୍କୁ କେରଳ ରାଜ୍ୟପାଳ ଭାବରେ ନିଯୁକ୍ତି ଦେଇଥିଲେ ।

କେବଳ ସେ ନୁହେଁ, ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଏମ୍‌.ଫତିମା ବିବି ୧୯୯୨ ରେ ସୁପ୍ରିମକୋର୍ଟରୁ ଅବସର ନେଇଥିଲେ । ଏହରା ପୂର୍ବରୁ କର୍ଣ୍ଣାଟକ ହାଇକୋର୍ଟରେ ବିଚାରପତି ଥିଲେ । ୧୯୯୭ରୁ ୨୦୦୧ ମସିହା ପର୍ଯ୍ୟନ୍ତ ତାମିଲନାଡୁ ର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ । ୫ ବର୍ଷ ପୂରଣ ହେବା ପୂର୍ବରୁ ସେ ଇସ୍ତଫା ଦେଇଥିଲେ ।

Get real time updates directly on you device, subscribe now.