ଜାତୀୟ ପରୀକ୍ଷା ବୋର୍ଡ ଅଧୀନ ବିଭିନ୍ନ ପରୀକ୍ଷା ପାଇଁ ଏହି ଅଫିସିଆଲ ୱେବସାଇଟ ଭିଜିଟ କରନ୍ତୁ

ନୂଆଦିଲ୍ଲୀ- ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ) ୨୦୨୫ ପାଇଁ ଏନବିଇଏମଏସ ପରୀକ୍ଷା ପାଇଁ ଜାରି ହୋଇଛି ତାରିଖ । ଏନବିଇ ଆଧାକାରିକ ୱେବସାଇଟ nbe.edu.inରେ ଯାଇ ବିଭିନ୍ନ ପରୀକ୍ଷା ସମ୍ବନ୍ଧିତ ତାରିଖ ଜାଣିପାରିବେ । କ୍ୟାଲେଣ୍ଡରରେ ଫରେନ ଡେଣ୍ଟାଲ ସ୍କ୍ରିନିଂ ଟେଷ୍ଟ(ଏଫଡିଏସଟି), ଫର୍ମେଟିଭ ଆସେସମେଣ୍ଟ ଟେଷ୍ଟ (ଏଫଏଟି), ଡିଏନବି (ବ୍ରାଣ୍ଡ ସ୍ପେସିଆଲିଟି) ଫାଇନାଲ ପ୍ରାକ୍ଟିକଲ ପରୀକ୍ଷା, ନିଟ ଏମଡିଏସ ୨୦୨୫, ନିଟ ଏସଏସ ୨୦୨୪, ଫେଲୋସିପ ପ୍ରବେଶ ପରୀକ୍ଷା ୨୦୨୪, ପାଇଁ ତାରିଖ ଘୋଷଣା ହୋଇଛି ।

ବିଜ୍ଞପ୍ତି ମୁତାବକ ନିଟ ଏମଡିଏସ ୨୦୨୫ ପାଇଁ ୩୧ ଜାନୁଆରୀ ୨୦୨୫କୁ ପରୀକ୍ଷା ହେବାକୁ ଥିବା ବେଳେ ନିଟ ଏସଏସ ୨୦୨୪ ପାଇଁ ୨୯ ଓ ୩୦ ମାର୍ଚ୍ଚ ୨୦୨୫ରେ ପରୀକ୍ଷା ଆୟୋଜନ ହେବ । ଏନବିଇଏମଏସ ଡିପ୍ଲୋମା ଫାଇନାଲ ପ୍ରାକ୍ଟିକଲ ପରୀକ୍ଷା ଡିସେମ୍ବର ୨୦୨୪, ଜାନୁଆରୀ କିମ୍ବା ଫେବୃଆରୀ ୨୦୨୫, ଡିଆରଏନବି ଫାଇନାଲ ଥିଓରି ପରୀକ୍ଷା ୧୭,୧୮,୧୯ ଜାନୁଆରୀ ୨୦୨୫ରେ ହେବ ।

ଏଫଏନବି କୋର୍ସଗୁଡିକ ପାଇଁ ଫର୍ମାଟିଭ ଆସେସମେଣ୍ଟ ଟେଷ୍ଟ ୨୦୨୩ର ପରୀକ୍ଷା ୧୨ ଜାନୁଆରୀ ୨୦୨୫ରେ, ବିଡିଏସ ସ୍ନାତକକ ପାଇଁ ଏଫଡିଏସଟି ୨୦୨୪ ପାଇଁ ୧୨ ଜାନୁଆରୀ ୨୦୨୫ରେ ପରୀକ୍ଷା ଅନଷ୍ଠିତ ହେବ । ସେହିପରି ଫେଲୋସିପ ପ୍ରବେଶ ପରୀକ୍ଷା ୨୦୨୪ ଆସନ୍ତା ୧୬ ଫେବୃଆରୀ ୨୦୨୫ରେ ଅନୁଷ୍ଠିତ ହେବ । ତେବେ ଏହି ପରୀକ୍ଷା ସମ୍ପର୍କରେ ସବିଶେଷ ତଥ୍ୟ ଜାଣିବାକୁ ଏନବିଇର ଅଫିସିଆଲ ସାଇଟ ଭିଜିଟ କରି ନିଜ ପସନ୍ଦ ମୁତାବକ ବିଭାଗ ନେଇ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବ ଉଚିତ ।