ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ନିଯୁକ୍ତି: ସେକ୍ସନ ଅଫିସର, ଏଡିଟର, ଭିଡିଓ ଏଡିଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ୧୨ ପ୍ରକାର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମସ୍ତ ପଦରେ ପ୍ରାର୍ଥୀଙ୍କୁ ହାଇ ପ୍ୟାକେଜ୍ ବିଶିଷ୍ଟ ବେତନ ଦିଆଯିବ । କନସଲଟାଣ୍ଟ, ଇଭେଣ୍ଟ ଅଫିସର, ଯୁବ ପ୍ରଫେସନାଲ (କଲଚରାଲ କେଅର୍ଡିନେଟର), ପ୍ରୋଟୋକଲ ଅଫିସର, ସେକ୍ସନ ଅଫିସର, ସମ୍ପାଦକ, ଭିଡିଓ ଏଡିଟର, ଗ୍ରାଫିକ୍ସ ଡିଜାଇନର, ଇଲୁଷ୍ଟ୍ରେଟର ଆଦି ପଦ ଖାଲି ରହିଛି । ସମସ୍ତ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଓ ଦରମା ହାର ଅଲଗା ଅଲଗା ରହିଛି ।

କନସଲଟାଣ୍ଟ ପଦ ପାଇଁ ପ୍ରାର୍ଥୀ ପ୍ରାର୍ଥୀ ମାଷ୍ଟର ଡିଗ୍ରୀ କରିବା ସହିତ ୮-୧୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଥିବା ଜରୁରୀ । ପ୍ରାର୍ଥର୍ୀଙ୍କର ବୟସ ୫୦ରୁ କମ୍ ହୋଇଥିବ । ଇଭେଣ୍ଟ ଅଫିସର ପଦ ପାଇଁ ପ୍ରାର୍ଥୀ ମାଷ୍ଟର ଡିଗ୍ରୀ କରିବା ସହିତ ତାଙ୍କର ୩ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଆବଶ୍ୟକ । ଏଥିପାଇଁ ପ୍ରାର୍ଥୀଙ୍କୁ ୫୦-୭୦ ହଜାର ଟଙ୍କା ମାସିକ ବେତନ ପ୍ରଦାନ କରାଯିବ । ଏଡିଟର ପଦ ପାଇଁ ପ୍ରାର୍ଥୀ ଯେ କୌଣସି ପ୍ରକାଶସନ ସଂସ୍ଥାର ଏଡିଟୋରିଆଲ ବିଭାଗରେ ୪-୫ ବର୍ଷ ଧରି କାର୍ଯ୍ୟ କରିଥିବେ । ଏଥିସହିତ ସେ ଟ୍ରାନ୍ସଲେସନ, କପି ଏଡିଟିଂ, ପ୍ରୁଫ ରିଡିଂ କରିବା ସହିତ ଡିଟିପି, ପେଜ ଡିଜାଇନିଂ, କମ୍ପ୍ୟୁଟର ଆପ୍ଲିକେସନ, ଆଡୋବେ ପେଜ ମେକର, ଇନଡିଜାଇନିଂ ଆଦି ଜାଣିଥିବେ ।

ନୋଟିଫିକେସନ ଲିଙ୍କ: https://www.nbtindia.gov.in/writereaddata/attachmentNews/friday-november-1-20245-37-11-pmvacancy-notice-for-the-various-post-on-a-contractual-basis.pdf