fbpx

କେବେ ମିଳିବ NCERTର ନୂଆ ପୁସ୍ତକ ? ଶିକ୍ଷା ମନ୍ତ୍ରଣାଳୟ ଦେଲା ଏହି ଉତ୍ତର

Advertisement

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଆଜି ଏନ୍‍.ସି.ଇ.ଆର୍‍.ଟି. ପାଠ୍ୟପୁସ୍ତକଗୁଡ଼ିକର ଆବଶ୍ୟକତା ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକର ସମୀକ୍ଷା କରିଛନ୍ତି । ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ, ଏନ୍‍.ସି.ଇ.ଆର୍‍.ଟି. ନିର୍ଦ୍ଦେଶକ, ସି.ବି.ଏସ୍‍.ଇ. ଅଧ୍ୟକ୍ଷ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ । ବୈଠକରୁ ମିଳିଥିବା ସୂଚନା ଅନୁସାରେ, ତୃତୀୟ ଏବଂ ଷଷ୍ଠ ଶ୍ରେଣୀର ଏନ୍‍.ସି.ଇ.ଆର୍‍.ଟି. ପାଠ୍ୟପୁସ୍ତକଗୁଡ଼ିକର କେତୋଟି ବହି ଉପଲବ୍ଧ ଥିବାବେଳେ ଅନ୍ୟ କେତୋଟି ପାଠ୍ୟପୁସ୍ତକ ଖୁବ୍‍ ଶୀଘ୍ର ଛାତ୍ରୀଛାତ୍ରୀମାନଙ୍କୁ ଯୋଗାଇ ଦିଆଯିବ । ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଏନ୍‍.ସି.ଇ.ଆର୍‍.ଟି. ପକ୍ଷରୁ ନୂତନ ପାଠ୍ୟପୁସ୍ତିକା ଯୋଗାଇ ଦିଆଯାଉଛି ।

ତେବେ ପୁରାତନ ପାଠ୍ୟକ୍ରମରୁ ନୂତନ ପାଠ୍ୟକ୍ରମକୁ ପିଲାମାନଙ୍କର ସୂଗମ ପରିବର୍ତ୍ତନ ନିମନ୍ତେ ଷଷ୍ଠ ଶ୍ରେଣୀର ଏକ ମାସ ସଂଯୋଗ କାର୍ଯ୍ୟକ୍ରମ ଏବଂ ତୃତୀୟ ଶ୍ରେଣୀ ପାଇଁ ଦୁଇ ସପ୍ତାହର ମୌଳିକ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହି ସବୁ କାର୍ଯ୍ୟକ୍ରମ ବିଭିନ୍ନ ବିଷୟ ଯଥା- ଆମ ଚତୁପାଶ୍ୱର୍ର ଦୁନିଆ, କଳା ଶିକ୍ଷା, ଶାରୀରିକ ଶିକ୍ଷା ଓ ସ୍ୱସ୍ଥ୍ୟ-ସୁସ୍ଥତା ଉପରେ ପର୍ଯ୍ୟବେସିତ ହେବ। ଏତଦ୍ୱାରା ନୂତନ ପାଠ୍ୟକ୍ରମର ବିଭିନ୍ନ ଆଧାର ଯଥା ଅନୁଭୂତିଶୀଳ ଶିକ୍ଷଣ, ସାଂସ୍କୃତିକ ମୂଳତା, ବହୁଭାଷୀ ଶିକ୍ଷା, ସାମଗ୍ରିକ ବିକାଶକୁ ନେଇ ସାମଗ୍ରିକ ମୂଲ୍ୟାୟନ ଉପରେ ସେମାନଙ୍କର ଶିକ୍ଷଣ ସୁନିଶ୍ଚିତ ହେବ ।

Get real time updates directly on you device, subscribe now.