fbpx

ଏନସିପି ନେତା ବାବା ସିଦ୍ଦିକୀଙ୍କୁ ଗୁଳିମାଡ଼, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ପବିତ୍ର ଦଶହରା ଅବସରରେ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ରରେ ଘଟିଯାଇଛି ଏକ ବଡ଼ ଅଘଟଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ବାବା ସିଦ୍ଦିକୀଙ୍କ ଉପରକୁ ଗୁଳିମାଡ଼ ହୋଇଛି । ଏହି ଗୁଳିମାଡ଼ ପରେ ମହାରାଷ୍ଟ୍ରର ଅଜିତ ପୱାର ଗୋଷ୍ଠୀର ଏନସିପି ନେତା ସିଦ୍ଦିକୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସିଦ୍ଦିକୀଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ସିଦ୍ଦିକୀଙ୍କ ଉପରକୁ ୨-୩ ରାଉଣ୍ଡର ଫାୟାରିଂ ହୋଇଥିବା କୁହାଯାଇଛି ।

ଖବର ମୁତାବକ, ଏନସିପି ନେତା ବାବା ସିଦ୍ଦିକୀଙ୍କ ଉପରକୁ କିଛି ଅସାମାଜିକ ବ୍ୟକ୍ତି ଗୁଳିମାଡ଼ କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ସିଦ୍ଦିକୀଙ୍କ ଉପରକୁ ୨-୩ଟି ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି । ଗୁଳିମାଡ଼ ପରେ ଗମ୍ଭୀର ଅବସ୍ଥାରେ ସିଦ୍ଦିକୀଙ୍କୁ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସିଦ୍ଦିକୀଙ୍କ ପେଟରେ ୨-୩ଟି ଗୁଳି ବାଜିଥିବା କୁହାଯାଉଛି । ସିଦ୍ଦିକୀ ତାଙ୍କ ପୁଅ ଜୀଶାନଙ୍କ ସହ କାର୍ଯ୍ୟାଳୟକୁ ଯାଇଥିବା ବେଳେ ଅଚାନକ ତାଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ଏହି ମାମଲାରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ୩ ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.