fbpx

୯ ବର୍ଷ ପରେ ଏସିଆନ ଗେମ୍ସରେ ଭାଗ ନେବ ଭାରତୀୟ ଫୁଟବଲ ଟିମ, ୧୭ ଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ : ଚୀନର ହାଙ୍ଗଝୋଓରେ ସେପ୍ଟେମ୍ବର ୧୯ରେ ଅନୁଷ୍ଠିତ ହେବାକୁ ଯାଉଛି ଏସିଆନ୍ସ ଗେମ୍ସ । ନୂଆ ଖେଳାଳିଙ୍କୁ ନେଇ ଭାରତୀୟ ଟିମ ଏଥିରେ ଭାଗ ନେବ ବୋଲି ଘୋଷଣା କରାଯାଇଛି । ଏହି ଟିମରେ ୧୭ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ଆଗରୁ ମଧ୍ୟ ଏସିଆନ ଗେମ୍ସକୁ ନେଇ ଭାରତୀୟ ଟିମ ଘୋଷଣା କରିଥିଲା । କିନ୍ତୁ ଇଣ୍ଡିଆନ ସୁପର ଲିଗରେ ଖେଳୁଥିବାରୁ ଟିମ ଏଥିରେ ଭାଗ ନେବାକୁ ମନା କରିଥିଲା । ଏହାପରେ AIFF ନୂଆ ଖେଳାଳିଙ୍କୁ ନେଇ ଟିମ ଗଠନ କରି ଭାରତୀୟ ଫୁଟବଲ ଟିମ ଭାଗ ନେବା ପାଇଁ ଘୋଷଣା କରିଥିଲା । ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଟିମରେ ଅଧିକ ଯୁବ ଖେଳାଳିଙ୍କୁ ସ୍ଥାନ ମିଳିଛି ।

ଅଲ ଇଣ୍ଡିଆ ଫୁଟବଲ ଟିମର ଅଧ୍ୟକ୍ଷ ଶ୍ରୀ କଲ୍ୟାଣ ଚୋବେ କହିଛନ୍ତି, ଏଥର ଫୁଟବଲ ଖେଳକୁ ନେଇ ଭାରତୀୟ ଦଳ ବହୁତ ବ୍ୟସ୍ତରେ ଥିଲା, କାରଣ ଘରୋଇ ଏବଂ ଅର୍ନ୍ତଜାତୀୟ ସ୍ତରରେ ଖେଳିବା ସମୟରେ ଅନେକ କିଛି ଘଟଣା ଘଟିଛି, ଯେଉଁଥିରେ ଭାରତର ଅର୍ନ୍ତଜାତୀୟ ଟିମ ସହିତ ଆଇଏସଏଲକ୍ଲବ ମଧ୍ୟ ସାମିଲ ଥିଲା । ଭାରତୀୟ ଦଳରେ ଥିବା ଖେଳାଙ୍କୁ ରିଲିଜ କରିବା ପାଇଁ ଏସିଆନ ଗେମ୍ସ ଇଣ୍ଡିଆନ ସୁପର ଲିଗ ଏବଂ ଏଫଏସଦିଏଲ କ୍ଲବକୁ ଧନ୍ୟବାଦ ଜଣାଇଛନ୍ତି ।

ଏସିଆନ ଗେମ୍ସ ପାଇଁ ଘୋଷଣା ହୋଇଥିବା ଭାରତୀୟ ଟିମରେ ଗୁରୁମିତ ସିଂ, ଧିରଜ ସିଂ ମୋଇରାଗଥମ, ସୁମିତ ରାଠି, ନରେନ୍ଦ୍ର ଗହଲେଟ,ଅମର ଜିତସିଂ କିୟାମ,ସେମୁଅଲ ଜେମ୍ସ ରାହୁଲ କେପି, ଅବଦୁଲ ରବିହ ଅଜୁକନ୍ଦନ, ଆୟୁଷ ଦେବ ଛେତ୍ରୀ, ବ୍ରାଇସ ମିରାଣ୍ଡା, ଅଜଫର ନୁରାନୀ, ରହିମ ଅଲି,ବିଂସି ବରୋଟେ, ସୁନୀଲ ଛେତ୍ରୀ,ରୋହିତ ଦାନୁ,ଗୁରକିରତ ସିଂ,ଅନିକେତ ଯାଦବ ଖେଳିବେ ।

ଭାରତୀୟ ଟିମ ୯ ବର୍ଷ ପରେ ଏସିଏନ ଗେମ୍ସରେ ଭାଗ ନେଉଛି । ଏହା ଭାରତ ସରକାର ଏବଂ ବିଶେଷ କରି ଖେଳ ମନ୍ତ୍ରଳାୟ ତରଫରୁ ମିଳିଥିବା ସମର୍ଥନ କାରଣରୁ ସମ୍ଭବ ହୋଇ ପାରିଛି । ସମସ୍ତଙ୍କର ଆଶା ଅଛି ଯେ ଭାରତୀୟ ଟିମ ଏଥିରେ ଭଲ ପଦର୍ଶନ କରିବ ।

Get real time updates directly on you device, subscribe now.