ପ୍ରୟାଗରାଜ: ତ୍ରୀବେଣୀ ସଂଗମରେ ବୁଡ଼ ପକାଇଲେ ଲୋକପ୍ରିୟ ସନେ ତଥା ଫିଲ୍ମ ଅଭିନେତ୍ରୀ ନୀନା ଗୁପ୍ତା ଏବଂ ଅଭିନେତା ସଞ୍ଜୟ ମିଶ୍ର ।
ନିର୍ଦ୍ଦେଶକ ଜସପାଲ ସିଂହ ସନ୍ଧୁଙ୍କ ଫିଲ୍ମ ‘ବଧ ୨’ର ଘୋଷଣା ପରେ ପୁରା ଟିମ୍ ସହ ଉଭୟ ସଞ୍ଜୟ ଏବଂ ନୀନା ମହାକୁମ୍ଭରେ ବୁଡ଼ ପକାଇ ଆଶୀର୍ବାଦ ନେଇଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହେବାରେ ଲାଗିଛି ।
ସ୍ନାନ ପରେ ପୂଜାର୍ଚ୍ଚନା: ଫିଲ୍ମର ସଫଳତା ଏବଂ ସକରାତ୍ମକ ଉର୍ଜ୍ଜା ପାଇଁ ଫିଲ୍ମ ଟିମ୍ ସଂଗମ ଘାଟରେ ଆସ୍ଥା ବୁଡ଼ ପକାଇଥିଲେ । ଏହା ପରେ ଅକ୍ଷୟ ବଟ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ ।
ଏହି ଆଧ୍ୟାତ୍ମିକ ଯାତ୍ରା ପୁରା ଟିମ୍ ସହ ‘ବଧ ୨’ ମୂଳକୁ ଆଧ୍ୟାତ୍ମିକ ଆଧାର ସହ ଜୋଡ଼ିଥିଲା । କହିରଖୁଛୁ ୨୦୨୨ ମସିହାରେ ନୀନା ଏବଂ ସଞ୍ଜୟଙ୍କ ଥ୍ରୀଲର ଫିଲ୍ମ ‘ବଧ’ର ଏହା ହେଉଛି ସିକ୍ୱେଲ ।
View this post on Instagram