fbpx

ପୁଣି ଇତିହାସ ରଚିଲେ ‘ଗୋଲଡେନ୍ ବଏ’ ନୀରଜ ଚୋପ୍ରା : ୮୭.୬୬ ମିଟର ଥ୍ରୋ ସହିତ ଜିତିଲେ ଡାଇମଣ୍ଡ ଲିଗ୍ ଟାଇଟଲ୍

ନୂଆଦିଲ୍ଲୀ: ‘ଗୋଲଡେନ୍ ବଏ’ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି । ସେ ଲୁସାନେ ଡାଇମଣ୍ଡ ଲିଗ୍ ଟାଇଟଲ୍ ନିଜ ନାଁରେ କରିଛନ୍ତିି । ନୀରଜ ୮୭.୬୬ ମିଟର ଥ୍ରୋ ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ତେବେ ‘ଗୋଲଡେନ୍ ବଏ’ ନୀରଜଙ୍କର ଚଳିତ ବର୍ଷରେ ଏହା ହେଉଛି ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ସେ ମେ ମାସରେ ଦୋହା ଠାରେ ଆୟୋଜିତ ଡାଇମଣ୍ଡ ଲିଗ୍ ଟାଇଟଲ୍ ଜିତିଥିଲେ ।

ଆଘାତ ପରେ ନୀରଜ ଚୋପ୍ରା ଦମଦାର୍ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରାୟ ଏକ ମାସର ଆଘାତ ବିରତି ପରେ ସେ ପଡ଼ିଆକୁ ଓହ୍ଲାଇଥିଲେ । ପଞ୍ଚମ ରାଉଣ୍ଡରେ ସେ ୮୭.୬୬ ମିଟର ଥ୍ରୋ ସହ ଟାଇଟଲ ଜିତିଥିଲେ । ଏହା ହେଉଛି ନୀରଜଙ୍କ ଅଷ୍ଟମ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ପଦକ । ଏହାପୂର୍ବରୁ ସେ ଏସୀୟ ଗେମ୍ସ, ଦକ୍ଷିଣ ଏସୀୟ ଗେମ୍ସ, ଅଲିମ୍ପିକ ଗେମ୍ସ ଏବଂ ଡାଇମଣ୍ଡ ଲିଗ୍ ଭଳି ଟୁର୍ନାମେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

Get real time updates directly on you device, subscribe now.