fbpx

ପୁଣି ଚମକିଲେ ନୀରଜ, ପୁଣି ଜିତିଲେ ସ୍ୱର୍ଣ୍ଣ ପଦକ (Video)

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି । ଫିନଲ୍ୟାଣ୍ଡଠାରେ ଆୟୋଜିତ କୁଆର୍ତାନେ ଗେମ୍ସରେ ଜାଭେଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ ପରେ ଏହା ହେଉଛି ନୀରଜଙ୍କର ଦ୍ୱିତୀୟ ଗୋଲ୍ଡ ମେଡାଲ । କୁଆର୍ତାନେ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାରେ ନୀରଜ ହେଉଛନ୍ତି ପ୍ରଥମ ଭାରତୀୟ ।

ନୀରଜ ୮୬.୬୯ ମିଟର ପର୍ଯ୍ୟନ୍ତ ଜାଭଲିନ୍ ଫିଙ୍ଗି ଏହି ଗୌରବ ହାସଲ କରିଛନ୍ତି । ନିଜର ପ୍ରଥମ ପ୍ରୟାସରେ ସେ ସଫଳତା ହାସଲ କରିଥିବା ବେଳେ ବାକି ଦୁଇଟି ଥ୍ରୋକୁ ଫାଉଲ୍ କରି ଦିଆଯାଇଥିଲା । ଏହି ଇଭେଣ୍ଟରେ ନୀରଜ ନିଜର ବେଷ୍ଟ ପ୍ରଦର୍ଶନ କରିପାରିନଥିଲେ । ଦ୍ୱିତୀୟ ସ୍ଥାନରେ କେଶୋର୍ଣ୍ଣ ୱାଲକୋଟ ରହିଥିବା ବେଳେ ସେ ୮୬.୬୪ ମିଟର ଥ୍ରୋ କରିଥିଲେ । ସେହିପରି ତୃତୀୟ ରହିଥିବା ଆଣ୍ଡରସନ ପିଟରସ ୮୪.୭୫ ମିଟର ଥ୍ରୋ କରିଥିଲେ ।

ଏହି ଇଭେଣ୍ଟରେ ଥ୍ରୋ କରିବା ସମୟରେ ନୀରଜ ଆଘାତରୁ ସହଜରେ ବର୍ତ୍ତି ଯାଇଥିଲେ । ଥ୍ରୋ କରୁଥିବା ସମୟରେ ଅଚାନକ ତାଙ୍କର ପାଦ ଖସିଯାଇଥିଲା । ମାତ୍ର ସେ ପୁଣି ଥରେ ଉଠି ଛିଡ଼ା ହୋଇଥିଲେ । ତେଣୁ ସେ ଅବଶିଷ୍ଟ ଦୁଇଟି ଥ୍ରୋକୁ ନେବାକୁ ରିସ୍କ ନେଇନଥିଲେ । ଏହାପୂର୍ବରୁ ଗତ ୧୪ ତାରିଖରେ ଫିନଲ୍ୟାଣ୍ଡର ପାୱେ ନୁରମୀ ଗେମ୍ସରେ ସେ ୮୯.୩୦ ମିଟର ଜାଭଲିନ ଥ୍ରୋ କରି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ ।

Get real time updates directly on you device, subscribe now.