fbpx

ବିଏସସି ନର୍ସିଂ ପଢିବାକୁ ହେଲେ ଏବେ ଦେବାକୁ ପଡିବ ନିଟ୍ ୨୦୨୧, ଏନଟିଏ ଜାରି କଲା ବିଜ୍ଞପ୍ତି

ନୂଆଦିଲ୍ଲୀ: ବିଏସସି ନର୍ସିଂ ପଢିବାକୁ  ହେଲେ ଏବେ ଆଶାୟୀଙ୍କୁ ନିଟ୍ ୨୦୨୧ ପାଇଁ ଆବେଦନ କରିବାକୁ ପଡିବ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ବିଏସସି ନର୍ସିଂ ସହିତ ମେଡିକାଲ ପାଠ୍ୟକ୍ରମରେ ସ୍ନାତକ କରିବାକୁ ଇଚ୍ଛୁକ ଆଶାୟୀଙ୍କୁ ଆବେଦନ କରିବାକୁ କହିଛି। ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୧୦ ତାରିଖ ସନ୍ଧ୍ୟା ୫ଟା ଯାଏଁ ରହିଛି। ସୂଚନାଯୋଗ୍ୟ, ଏନଟିଏ ପରୀକ୍ଷା ତାରିଖ ସେପ୍ଟେମ୍ବର ୧୨ ନିର୍ଦ୍ଧାରିତ କରିଛି।

କେଉଁମାନେ ଆବେଦନ କରି ପାରିବେ ?

ବିଏସସି ନର୍ସିଂ ପଢିବାକୁ ଇଚ୍ଛୁକ ଆଶାୟୀଙ୍କ ବୟସ ୨୦୨୧ ଡିସେମ୍ବର ୩୧ ସୁଦ୍ଧା ୧୭ ବର୍ଷ ହୋଇଥିବା ଜରୁରୀ। ନିଟ୍ ୨୦୨୧ ପାଇଁ ଆବେଦନକାରୀଙ୍କ ଭୌତିକ(ଫିଜିକ୍ସ), ରସାୟନିକ ବିଜ୍ଞାନ(କେମିଷ୍ଟ୍ରି), ଜୀବ ବିଜ୍ଞାନ(ଜୁଲୋଜି) ଓ ଇଂରାଜୀ ସହିତ ଯୁକ୍ତ ୨ ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ଏହା ବାଦ୍ ପିସିବିରେ ସର୍ବନିମ୍ନ ୪୫ ପ୍ରତିଶତ ନମ୍ବର ରଖିଥିବା ଉଚିତ୍।

ରାଜ୍ୟ ସରକାର ଦ୍ଵାରା ମାନ୍ୟତା ପ୍ରାପ୍ତ ଓପନ ସ୍କୁଲ ଓ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ଓପନ ସ୍କୁଲ(ଏନଆଇଓଏସ)ରୁ ବିଜ୍ଞାନ ବିଷୟ ଓ ଇଂରାଜୀ ସହିତ ଉତ୍ତୀର୍ଣ୍ଣ ହୋଇଥିବା ଆଶାୟୀ ମଧ୍ୟ ବିଏସସି ନର୍ସିଂ ପାଇଁ ଆବେଦନ କରି ପାରିବେ। ଏସସି, ଏସଟି ଓ ଓବିସି ବର୍ଗର ଆଶାୟୀଙ୍କ ପିସିବିରେ ସର୍ବନିମ୍ନ ୪୦ ପ୍ରତିଶତ ନମ୍ବର ରହିଥିବା ଦରକାର।

Get real time updates directly on you device, subscribe now.