fbpx

ନିର୍ବାଚନ ପାଇଁ ବଦଳିଲା NEET PG ପରୀକ୍ଷା ତାରିଖ: ଜାଣନ୍ତୁ, ଏହି ପରୀକ୍ଷା ବର୍ତ୍ତମାନ କେବେ ହେବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ କାରଣରୁ ଜାତୀୟ ମେଡିକାଲ୍ କମିଶନ (NMC) NEET PG ପରୀକ୍ଷାରେ ବଡ଼ ପରିବର୍ତ୍ତନ କରିଛନ୍ତି। ସର୍ବଶେଷ ଅଦ୍ୟତନ ଅନୁଯାୟୀ, NEET PG 2024 ପରୀକ୍ଷା ତାରିଖ ମେ ୫ ରୁ ଜୁନ୍ ୨୩ ପର୍ଯ୍ୟନ୍ତ ସଂଶୋଧିତ ହୋଇଛି। ସେହିପରି କମିଶନ NEET PG 2023 ଫଳାଫଳ ତାରିଖ ଏବଂ NEET PG 2024 କାଉନସେଲିଂ କାର୍ଯ୍ୟସୂଚୀ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଏନେଇ ଜାତୀୟ ମେଡିକାଲ କମିଶନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜାତୀୟ ମେଡିକାଲ କମିଶନଙ୍କ ଦ୍ୱାରା ଜାରି ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ, NEET PG ପାଇଁ ଇଣ୍ଟର୍ନସିପ ସମାପ୍ତ କରିବାର କଟ ଅଫ ତାରିଖ ଅପରିବର୍ତ୍ତିତ ରହିବ। ଏହି ତାରିଖ ୧୫ ଅଗଷ୍ଟ ଅଟେ। ଅପରପକ୍ଷେ ଜୁଲାଇ ୧୫ରେ ପରୀକ୍ଷା ଫଳାଫଳ ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି। ସେପ୍ଟେମ୍ବର ୧୬ରୁ ଏକାଡେମିକ ଅଧିବେଶନ ଆରମ୍ଭ ହେବ।

ସୂଚନା ଥାଉକି, ୨୦୨୪ ନିର୍ବାଚନ ପାଇଁ ଗତ ଶନିବାର ଦିନ ତାରିଖ ଘୋଷଣା ହୋଇସାରିଛି। ଲୋକସଭାର ୫୪୩ଟି ଆସନ ପାଇଁ ମୋଟ୍ ୭ଟି ପର୍ଯ୍ୟାରେ ମତଦାନ ହେବ । ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍ ୧ରେ ଶେଷ ହେବ ଏବଂ ଜୁନ୍ ୪ରେ ଫଳାଫଳ ପ୍ରକାଶ ପାଇବ । ତେବେ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ । ସେହିପରି ଏପ୍ରିଲ ୨୬ରେ ୨ୟ ପର୍ଯ୍ୟାୟ, ମେ’ ୭ରେ ୩ୟ ପର୍ଯ୍ୟାୟ, ମେ’ ୧୩ରେ ଚତୁର୍ଥ ପର୍ଯ୍ୟାୟ, ମେ’ ୨୦ରେ ୫ମ ପର୍ଯ୍ୟାୟ, ମେ’ ୨୫ରେ ଷଷ୍ଠ ପର୍ଯ୍ୟାୟ ଏବଂ ଜୁନ୍‌ ୧ରେ ସପ୍ତମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହାପରେ ଜୁନ୍‌ ୪ ମଙ୍ଗଳବାର ଦିନ ଉଭୟ ଲୋକସଭା ଓ ବିଧାନସଭାର ଫଳାଫଳ ପ୍ରକାଶ ପାଇବ। ଏଣୁ ଏହି ସମୟ ମଧ୍ୟରେ ହେବାକୁ ଥିବା ଅନେକ ବଡ ପରୀକ୍ଷା ଏହାଦ୍ୱାରା ପ୍ରଭାବିତ ହୋଇଛି।

ସୂଚନା ଯୋଗ୍ୟ, NEET PG ପରୀକ୍ଷଣର କାର୍ଯ୍ୟସୂଚୀ ପୂର୍ବରୁ ଥରେ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପୂର୍ବରୁ ମାର୍ଚ୍ଚ ୩ରେ NEET PG 2024 ପରୀକ୍ଷା ଅନୁଷ୍ଠିତ ହେବାର ଥିଲା। କିନ୍ତୁ ଏହାକୁ ଜୁଲାଇ ୭, ୨୦୨୪କୁ ଘୁଞ୍ଚାଯାଇଥିଲା। ତେବେ ବର୍ତ୍ତମାନ ଲୋକ ସଭା ନିର୍ବାଚନ ହେତୁ ଏହାର ତାରିଖ ପୁଣି ଥରେ ପରିବର୍ତ୍ତନ କରାଯାଇଛି।

 

Get real time updates directly on you device, subscribe now.