ନିଟ୍ ପିଜି ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ ପ୍ରକାଶିତ, ଏହି ଲିଙ୍କରେ କରିପାରିବେ ଚେକ୍

ନୂଆଦିଲ୍ଲୀ: ମେଡିକାଲ କାଉନସେଲିଂ କମିଟି(MCC) ସର୍ବ ଭାରତୀୟ କୋଟା ନିଟ୍ ପିଜି କାଉନସେଲିଂ ପାଇଁ ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ ଘୋଷଣା କରିଛି । କମିଟି ପକ୍ଷରୁ କୁହାଯାଇଛି କି ନିଟ୍ ପିଜି କାଉନସେଲିଂ ପାଇଁ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟରେ କୌଣସି ପ୍ରକାର ବିଭେଦକୁ ନେଇ ପରୀକ୍ଷାଥୀ ନଭେମ୍ବର ୨୦ ଅପରାହ୍ନ ୧୨ ଟା ସୁଦ୍ଧା mccresultquery@gmailcom ମାଧ୍ୟମରେ ରିପୋର୍ଟ କରିପାରିବେ । ଏହି ସମୟସୀମା ପରେ କୌଣସି ଅଭିଯୋଗ ଗ୍ରହଣୀୟ ହେବ ନାହିଁ ।

ମେଡିକାଲ କାଉନସେଲିଂ କମିଟି କହିଛି କି ପରୀକ୍ଷାର୍ଥୀ ପ୍ରୋଭିଜନାଲ ଆଲଟମେଣ୍ଟ ସିଟ୍ ଉପରେ କୌଣସି ଅଧିକାର ଦାବି କରିପାରିବେ ନାହିଁ ଏବଂ ଆଲଟମେଣ୍ଟ ରେଜଲ୍ଟକୁ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ ନାହିଁ । ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ ଘୋଷଣା ହେବା ପରେ ପରୀକ୍ଷାର୍ଥୀ ଆଡମିସନ ପାଇଁ ଆଲଟ୍ କରାଯାଇଥିବା ଅନୁଷ୍ଠାନ କିମ୍ବା କଲେଜରେ ଆଡମିସନ କରିପାରିବେ । ଏଥିପାଇଁ ଫଳାଫଳ ଘୋଷଣା ହେବା ପରେ ପ୍ରଥମେ ସେମାନଙ୍କୁ MCC ୱେବସାଇଟରୁ ଆଲଟମେଣ୍ଟ ଅର୍ଡ଼ର ଡାଉନଲୋଡ୍ କରିବାକୁ ପଡ଼ିବ । ତେବେ ପ୍ରାର୍ଥୀ ଜଣଙ୍କ ଅଫିସିଆଲ ୱେବସାଇଟ mcc.nic.inକୁ ଯାଇ ରେଜଲ୍ଟ ଯାଞ୍ଚ୍ କରିପାରିବେ ।

କିପରି ଚେକ୍ କରିବେ ନିଟ୍ ପିଜି କାଉନସେଲିଂ ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ

୧. ପ୍ରଥମେ ଅଫିସିଆଲ ୱେବସାଇଟ mcc.nic.inକୁ ଯାଇ ପିଜି କାଉନସେଲିଂ ପେଜ୍ ଖୋଲନ୍ତୁ ।

୨. ‘କରେଣ୍ଟ ଇଭେଣ୍ଟସ’ କ୍ୟାଟେଗୋରୀରେ ‘ନିଟ୍ ପିଜି ରାଉଣ୍ଡ ୧ ପ୍ରୋଭିଜନାଲ ଆଲଟମେଣ୍ଟ ରେଜଲ୍ଟ’ ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଏହାର ଏକ ପିଡିଏଫ୍ ଡାଉନଲୋଡ କରନ୍ତୁ ।

୩. ନିଜ ରୋଲ୍ ନମ୍ବର ଦେଇ ପ୍ରୋଭିଜନାଲ ଆଲଟମେଣ୍ଟ ଷ୍ଟାଟସ୍ ଯାଞ୍ଚ୍ କରନ୍ତୁ ।

୪. ଏହା ପରେ ନଭେମ୍ବର ୨୧ରୁ ୨୭ ମଧ୍ୟରେ ଚୟନ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଜଏନିଂ ପାଇଁ ଆବଣ୍ଟିତ ଅନୁଷ୍ଠାନ କିମ୍ବା କଲେଜରେ ରିପୋର୍ଟ କରିବାକୁ ପଡ଼ିବ ।