fbpx

ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ: ସ୍କ୍ରିନରେ ରୋମାଣ୍ଟିକ ହିରୋ ଭୂମିକାରେ କରିଥିଲେ ରାଜ୍

ମୁମ୍ବାଇ: ଆଜି ଭେଟେରାନ୍ ଅଭିନେତା ଋଷି କପୁରଙ୍କ ଜନ୍ମବାର୍ଷିକୀ | ଯଦିଓ ଅଭିନେତା ଦୁନିଆରେ ନାହାଁନ୍ତି, ତଥାପି ତାଙ୍କ ପ୍ରଶଂସକଙ୍କ ଅଭାବ ନାହିଁ | ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟରେ ରାଜ୍ କରିଥିବା ଏହି ଦିବଙ୍ଗତ ଅଭିନେତାଙ୍କ ସ୍ମୃତି ଆଜି ବି ତାଙ୍କ ଫ୍ୟାନ୍ସଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛି | ଦୁଇ ବର୍ଷ ପୂର୍ବେ ଏହି ଅଭିନେତା ଦୁନିଆରୁ ସବୁଦିନ ପାଇଁ ବିଦାୟ ନେଇଥିଲେ , କିନ୍ତୁ ଆଜି ବି ସେ ସମସ୍ତଙ୍କ ହୃଦୟରେ ଜୀବିତ ଅଛନ୍ତି।

ଆଜି ଋଷି କପୁରଙ୍କ ୭୦ତମ ଜନ୍ମବାର୍ଷିକୀ, ଏହି ଅବସରରେ ତାଙ୍କର ସମସ୍ତ ପ୍ରଶଂସକ ଏବଂ ତାଙ୍କ ପରିବାର ତାଙ୍କୁ ମନେପକାଇଛନ୍ତି । ସେହିଭଳି ଏହି ଭେଟେରାନ୍ ଅଭିନେତାଙ୍କ ପତ୍ନୀ ନିତୁ କପୁର ମଧ୍ୟ ସୋସିଆଲ ମିଡିଆରେ ତାଙ୍କ ଫୋଟ ସେୟାର କରିବା ସହ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଏହି ଫୋଟରେ ଋଷି ତାଙ୍କ ପତ୍ନୀଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ତେବେ ଉଭୟ ଫୋଟରେ ଖୁବ ଖୁସିଥିବାର ନଜର ଆସିଛନ୍ତି।

ଅନ୍ୟପକ୍ଷେ ଋଷି କପୁରଙ୍କ ବିୟୋଗ ପରେ ନିତୁ ସମ୍ପୂର୍ଣ୍ଣ ଏକୁଟିଆ ହୋଇଯାଇଥିଲେ। ଏକ ସାକ୍ଷାତକାର ସମୟରେ ସେ କହିଥିଲେ ଯେ, ଋଷି କପୁରଙ୍କ ମୃତ୍ୟୁ ପରେ ସେ ଡିପ୍ରେସନରେ ପଡ଼ିଥିଲେ। ଏହାକୁ ଦୂର କରିବା ପାଇଁ ସେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ ମଧ୍ୟ ନେଇଥିଲେ। ତେବେ ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଥିବାର ନଜର ଆସିଛନ୍ତି ​​| ଋଷି କପୁର ଏବଂ ନିତୁ କପୁରଙ୍କ ଅଭିନୀତ ଅନେକ ଫିଲ୍ମ ସୁପର ହିଟ୍ ହେବା ସହିତ ଦର୍ଶକମାନେ ତାଙ୍କ ଯୋଡ଼ି ଖୁବ ଅଧିକ ପସନ୍ଦ ମଧ୍ୟ କରିଥିଲେ । ଯାହାପରେ ଏହି ଯୋଡ଼ି ରିଲ ଲାଇଫରୁ ରିଅଲ ଲାଇଫ ଯୋଡ଼ିରେ ପରିଣତ ହୋଇଥିଲା | ନିଜର ପ୍ରଥମ ଚଳଚ୍ଚିତ୍ର ‘ମେରା ନାମ ଜୋକର’ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଋଷି କପୁର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ । ମୁଖ୍ୟ ନାୟକ ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ବବି’। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନବାଗତ ଅଭିନେତା ଭାବରେ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଲାଭ କରିଥିଲେ ।

୧୯୭୩ରୁ ୨୦୦୦ ମଧ୍ୟରେ ସେ ୯୨ଟି ଚଳଚ୍ଚିତ୍ରରେ ମୁଖ୍ୟ ନାୟକ ଭାବରେ ଅଭିନୟ କରିଥିଲେ ଋଷି କପୁର । ଏହି ଚରିତ୍ର ଗୁଡିକରେ ତାଙ୍କର ମୁଖ୍ୟତଃ ପ୍ରେମିକ ଚରିତ୍ର ଥିଲା । ଋଷି କପୁରଙ୍କ ଅଭିନୀତ କିଛି ଲୋକପ୍ରିୟ ଚଳଚ୍ଚିତ୍ର ଗୁଡ଼ିକ ହେଉଛି : ‘ଖେଳ ଖେଳ ମେଁ’, ‘କଭି କଭି’, ‘ଅମର ଆକବର ଆନ୍ଥୋନୀ’, ‘କର୍ଜ’, ‘ଚାନ୍ଦିନୀ’ । ୨୦୦୦ ମସିହା ପରେ ସେ ‘ଲଭ ଆଜ କଲ’, ‘ଅଗ୍ନିପଥ’, ମୁଲ୍କ, ‘ଦୋ ଦୁନି ଚାର’, ‘କପୁର ଆଣ୍ଡ ସନ୍ସ’ ଆଦିରେ ନିଜର ନିଖୁଣ ଅଭିନୟ ଦର୍ଶକଙ୍କୁ ଦେଖାଇଥିଲେ ।’ଶର୍ମାଜି ନମକିନ’ ଋଷିଙ୍କର ଶେଷ ଚଳଚ୍ଚିତ୍ର ଥିଲା ।

Get real time updates directly on you device, subscribe now.