fbpx

Video; ଦେଖନ୍ତୁ ନେପାଳ ବିମାନ ଦୁର୍ଘଟଣାର ଝଲକ, କିପରି ହେଲା ୧୮ ଜଣଙ୍କ ମୃତ୍ୟୁ, ଜଣାପଡ଼ିଲା ଦୁର୍ଘଟଣାର କାରଣ 

ନୂଆଦିଲ୍ଲୀ: ନେପାଳର କାଠମାଣ୍ଡୁ ବିମାନବନ୍ଦରରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ବିମାନଟି କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡ଼ାଣ ଭରିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବିମାନର ପାଇଲଟଙ୍କୁ ସୁରକ୍ଷିତ ଭାବେ ବାହାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତ୍ରିଭୁବନ ବିମାନବନ୍ଦରରେ ଦୁର୍ଘଟଣାର କାରଣ ସମ୍ପର୍କରେ ପ୍ରାଥମିକ ସୂଚନା ସାମ୍ନାକୁ ଆସିଛି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ନେପାଳୀ ସର୍ଭିସର ତଥ୍ୟ ଅନୁଯାୟୀ ତ୍ରିଭୁବନ ବିମାନବନ୍ଦରର ମୁଖ୍ୟ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଯାଉଥିବା ଏହି ବିମାନ ଟି ଭୁଲ ମୋଡ଼ ନେଇଥିଲା । ନେପାଳ ବିମାନ ବନ୍ଦର ମୁଖ୍ୟ ଜଗନ୍ନାଥ ନିରାଉଲା ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସି ନେପାଳୀ ସର୍ଭିସକୁ କହିଛନ୍ତି, ଉଡ଼ାଣ ଭରିବା ମାତ୍ରେ ବିମାନଟି ବାମ ଆଡ଼କୁ ମୁହାଁଇବା ପରିବର୍ତ୍ତେ ଡାହାଣ ମୋଡ଼ ନେଇଥିଲା ।

ଜଣାପଡ଼ିଲା ଦୁର୍ଘଟଣାର କାରଣ, ହେଲେ ଏନେଇ ଅଧିକ ତଦନ୍ତ କରାଗଲେ ଦୁର୍ଘଟଣାର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିବ । ଉଡ଼ାଣ ଭରିବାର ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା । ଯଦି ଦେଖିବା ଗତ କିଛି ବର୍ଷ ମଧ୍ୟରେ ନେପାଳରେ ଅନେକ ବିମାନ ଦୁର୍ଘଟଣା ଘଟିଛି । କହିବାକ ଗଲେ ଏହି ବିମାନ ଦୁର୍ଘଟଣା ନେପାଳର ସବୁଠୁ ଭୟଙ୍କର ବିମାନ ଦୁର୍ଘଟଣା ।

Get real time updates directly on you device, subscribe now.