(Video) ଏପରି ମାଆକୁ ସାଲ୍ୟୁଟ୍..ଭିଡକୁ ଭୟ ନକରି ଛୁଆକୁ କାଖେଇ ଦିଲ୍ଲୀ ଷ୍ଚେସନରେ କରୁଛନ୍ତି ଡ୍ୟୁଟି

ଦିଲ୍ଲୀ ରେଳ ଷ୍ଟେସନରେ ଛୁଆକୁ କାଖେଇ ଡ୍ୟୁଟି କରୁଛନ୍ତି RPF କନଷ୍ଟେବଳ ରୀନା । ଭାଇରାଲ ହେଉଛି ଭିଡିଓ ।

ନୂଆଦିଲ୍ଲୀ: ଭିଡକୁ ଖାତିର ନକରି ବର୍ଷକର ଛୁଆକୁ ଧରି ଡ୍ୟୁଟି କରୁଛନ୍ତି ଆରପିଏଫ କନଷ୍ଟେବଳ । ଯାହାକି ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହା ମଧ୍ୟରେ, ଯାତ୍ରୀମାନେ ଜଣେ ମହିଳା RPF କନଷ୍ଟେବଳଙ୍କୁ ଦୁଇଟି ଭୂମିକାରେ ଦେଖାଯାଇଛି । ଜଣେ ଅଧିକାରୀ ଏବଂ ଜଣେ ମାଆ ଭାବରେ କର୍ତ୍ତବ୍ୟ କରୁଥିବା ନଜର ଆସିଛନ୍ତି ।

କନଷ୍ଟେବଳ ରୀନା ତାଙ୍କ ୧ ବର୍ଷର ଶିଶୁକୁ ଛାତିରେ ବାନ୍ଧି ତାଙ୍କ କର୍ତ୍ତବ୍ୟ ସମ୍ପାଦନ କରିଥିଲେ  । ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ୟୁଜର୍ସ ମଧ୍ୟ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥିଲେ । କିଛି ନେଟିଜେନ ରୀନାଙ୍କ ଉତ୍ସର୍ଗୀକୃତତା ପାଇଁ ପ୍ରଶଂସା କରିଥିବା ବେଳେ ଅନ୍ୟମାନେ ଏପରି ବିପଦପୂର୍ଣ୍ଣ ପରିସ୍ଥିତିରେ ଏକ ଶିଶୁକୁ ବୋହି ନେବା ପାଇଁ ତାଙ୍କୁ ସମାଲୋଚନା କରିଛନ୍ତି ।

କହିରଖୁଛୁକି, ଫେବୃଆରୀ 15 ତାରିଖରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଏକ ମହାକୁମ୍ଭ ଯିବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ହଠାତ୍ ପ୍ଲାଟଫର୍ମ ପରିବର୍ତ୍ତନ ହେବା କାରଣରୁ ଅସମ୍ଭାଳ ଭିଡ ଦେଖାଯାଇଥିଲା ।

ରିପୋର୍ଟ ଅନୁସାରେ ରାତି ପ୍ରାୟ 9ଟା ସମୟରେ, ଲୋକମାନେ ଟ୍ରେନ ଧରିବାକୁ ଧାଇଁବା ସମୟରେ ଦଳାଚକଟା ପରିସ୍ଥିତି ଦେଖାଯାଇଥିଲା । ଫଳରେ 18 ଜଣ ଯାତ୍ରୀ ପ୍ରାଣ ହରାଇଥିଲେ । ଦୁର୍ଘଟଣାର ପରେ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ଏବଂ ରେଳ ଅଧିକାରୀମାନେ ହାଇ ଆଲର୍ଟରେ ରହିଛନ୍ତି ।