fbpx

ଶୀତଦିନେ ରାତିସାରା ରୁମ୍ ହିଟର ଲଗାଇବା ବିପଜ୍ଜନକ: ହୋଇପାରେ ଏହି ରୋଗ

ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଥଣ୍ଡାରୁ ବଞ୍ଚିବା ପାଇଁ ଗରମ ପୋଷାକ ସହିତ ରୁମ୍ ହିଟର ବ୍ୟବହାର ଆରମ୍ଭ କରିଛନ୍ତି । ଖାସସ୍ କରି ଯେଉଁ ଘରେ ବୃଦ୍ଧ ଓ ଛୋଟ ପିଲାମାନେ ଅଛନ୍ତି, ସେମାନଙ୍କୁ ଶୀତରୁ ରକ୍ଷାକରିବା ପାଇଁ ରୁମ ହିଟର ବହୁତ ଉପଯୋଗୀ ବୋଲି ବିବେଚନା କରାଯାଉଛି । କିନ୍ତୁ ଏହା ସହିତ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ମଧ୍ୟ ଜାଣିବା ଆବଶ୍ୟକ । ଏଭଳି ପରିସ୍ଥିତିରେ, ଯଦି ଆପଣ ରାତିରେ ମଧ୍ୟ ରୁମ୍ ହିଟର ଅନ୍ କରି ଶୋଉଛନ୍ତି, ତେବେ ଏହା ନିଆଁ ଲଗାଇବା ବା ସୁରକ୍ଷା ଦୃଷ୍ଟିରୁ ବିପଜ୍ଜନକ ହେବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ ।

ହେଲଥସଟ୍ ଅନୁଯାୟୀ, ଯେତେବେଳେ ଆପଣ ରାତିସାରା ରୁମ୍ ହିଟର ଅନ୍ କରି ଶୁଅନ୍ତି , ସେବେ ବାୟୁରେ କାର୍ବନ ମନୋକ୍ସାଇଡ୍ ସ୍ତର ବଢ଼ିଯାଏ, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ସାଂଘାତିକ ହୋଇପାରେ । ଏହା ବ୍ୟତୀତ ରାତିରେ ରୁମ୍ ହିଟର ନବ୍ୟବହାର କରିବାର ଅନେକ କାରଣ ଅଛି । ଆସନ୍ତୁ ଜାଣିବା ରାତିରେ ରୁମ୍ ହିଟର ବ୍ୟବହାର କାହିଁକି ବିପଜ୍ଜନକ …

ବିଷାକ୍ତ ଏୟାର କ୍ୱାଲିଟି:-
ଯଦି ରୁମରେ ପର୍ଯ୍ୟାପ୍ତ ଭେଣ୍ଟିଲେସନ୍ ନାହିଁ ଏବଂ ଆପଣ ଦୀର୍ଘ ସମୟ ଧରି ରୁମ୍ ହିଟର ଲଗାଇଛନ୍ତି, ତେବେ ଅନେକ ହିଟର ବାୟୁରେ କାର୍ବନ ମନୋକ୍ସାଇଡ୍ ପରିମାଣ ବୃଦ୍ଧି କରିବା ଆରମ୍ଭ କରନ୍ତି । ଯେଉଁ କାରଣରୁ ରୁମର ବାୟୁ ଗୁଣ ବିଷାକ୍ତ ହୋଇଯାଏ । ଏହା ବେଳେବେଳେ ଆସ୍ଥମା ଭଳି ରୋଗ ସୃଷ୍ଟି କରିଥାଏ ।

ଇମ୍ୟୁନିଟି ଉପରେ ପ୍ରଭାବ ପକାଇଥାଏ :-
ଯଦି ଆପଣ ରୁମ ଭିତରେ ବାୟୁକୁ ଗରମ କରି ବାରମ୍ବାର ରୁମରୁ ବାହାରକୁ ଆସୁଛନ୍ତି, ତେବେ ଏହା ଦ୍ୱାରା ଶରୀରର ତାପମାତ୍ରା ବଦଳିଯାଏ । ଏପରି ହେବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ଦୁର୍ବଳ ହୋଇଯାଏ । ଏହି କାରଣରୁ ଥଣ୍ଡା କିମ୍ବା ଫ୍ଲୁ ମଧ୍ୟ ହୋଇପାରେ ।

କଞ୍ଜୁକ୍ଟିଭାଇଟିସ୍ (conjunctivitis) :-
ରୁମ୍ ହିଟର ଦୀର୍ଘ ସମୟ ଧରି ଚାଲିବା ଦ୍ୱାରା ରୁମର ଆର୍ଦ୍ରତା କମିଯାଏ ଓ ବାୟୁ ଶୁଷ୍କ ହୋଇଯାଏ । ଏହି କାରଣରୁ ଆଖିରେ ଇରିଟେସନ୍ ଆରମ୍ଭ ହୁଏ ଏବଂ ଆଖିରେ ସଂକ୍ରମଣ ହେତୁ ଏହା conjunctivitisର ରୂପ ନେଇଥାଏ ।

ଚର୍ମ ଇରିଟେସନ୍:-
ବାୟୁରୁ ଆର୍ଦ୍ରତା କମିବା ଯୋଗୁଁ ଚର୍ମ ଶୁଖିବା ଆରମ୍ଭ କରେ । ଯେଉଁଥିପାଇଁ କୁଣ୍ଡେଇହେବା, ଇରିଟେସନ, ଜ୍ୱଳନ, ସଂକ୍ରମଣର ସମସ୍ୟା ହୋଇପାରେ । କେବଳ ଏତିକି ନୁହେଁ, ହିଟର ଯୋଗୁଁ ଚର୍ମରେ ଅନେକ ପ୍ରକାରର ସଂକ୍ରମଣ ହୋଇପାରେ ।

Get real time updates directly on you device, subscribe now.