fbpx

ଦାୟିତ୍ୱ ଗ୍ରହଣ କଲେ ନୂଆ ବାୟୁସେନା ମୁଖ୍ୟ

ନୂଆଦିଲ୍ଲୀ: ନୂଆ ବାୟୁସେନା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି । ନୂଆ ବାୟୁସେନା ମୁଖ୍ୟ ଭାବରେ ଭି.ଆର୍. ଚୌଧୁରୀଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦାୟୀ ମୁଖ୍ୟ ଆରକେଏସ୍ ଭଦୌରିଆଙ୍କ ଠାରୁ ଦାୟିତ୍ୱଗ୍ରହଣ କରିଛନ୍ତି । ଏୟାର ମାର୍ଶାଲ ଚୌଧୁରୀଙ୍କର ୩୮୦୦ ଘଣ୍ଟାର ଉଡ଼ାଣ ଅଭିଜ୍ଞତା ରହିଛି । ଏଥିସହିତ ତାଙ୍କର ବିଭିନ୍ନ ଫାଇଟର୍ ଓ ଟ୍ରେନିଂ ଜେଟ୍ ଉଡାଣରେ ରହିଛି ବିଶେଷ ଦକ୍ଷତା । ଅପରେସନ୍ ମେଘଦୂତ ଓ ଅପରେସନ ସଫେଦ ସାଗରରେ ଭାଗ ନେଇଥିଲେ ଭି.ଆର୍. ଚୌଧୁରୀ । ୧୯୮୦ ରେ ସିଆଚେନ୍ ଗ୍ଲାସିୟର୍ ଅକ୍ତିଆର ଥିଲା ଅପରେସନ୍ ମେଘଦୂତ । ୧୯୯୯ କାର୍ଗିଲ ଯୁଦ୍ଧ ବେଳେ ହୋଇଥିଲା ଅପରେସନ୍ ସଫେଦ୍ ସାଗର । ଚୌଧୁରୀ ପରମ ବିଶିଷ୍ଟ ସେବା ମେଡାଲ ପିଭିଏସଏମ୍ ଲାଭ କରିଛନ୍ତି । ଅତି ବିଶିଷ୍ଟ ସେବା ମେଡାଲ ଓ ବାୟୁସେନା ମେଡାଲ ବି ଲାଭ କରିଛନ୍ତି ।

Get real time updates directly on you device, subscribe now.