ଭୁବନେଶ୍ୱର: ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ପରେ ନୂଆ ନିଯୁକ୍ତି ପ୍ରଦାନ କରାଯାଇଛି । ଜିଲ୍ଲାପାଳ ଓ ୨ ଏସପିଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି । ଦେବଗଡ଼ ଏସପି ଭାବେ ଅନୁପମା ଜେମ୍ସଙ୍କୁ ଦାୟିତ୍ୱ ଦିଆଯାଉଛି । ସେହିଭଳି ଲୋକାନ୍ୟାଗୀ ଦିବ୍ୟାଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଦାୟିତ୍ୱ ଦିଆଯାଇଛି । ଦିନ ୧୦ଟା ସୁଦ୍ଧା କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ଅମିତ ଋତୁରାଜଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱ ଦିଆଯାଇଛି । ଅଣକ୍ୟାଡର ଆଧିକାରୀଙ୍କୁ ହଟାଇବା ପରେ ନୂଆ ନିଯୁକ୍ତି ମିଳିଛି ।
ଉଲ୍ଲେଖନୀୟ ମାର୍ଚ୍ଚ ୨୧ ତାରିଖରେ ଢେଙ୍କାନାଳ ଜିଲ୍ଲାପାଳଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା । ଏଥିସହ ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କୁ ବଦଳି ନିର୍ଦ୍ଦେଶ ଦିଆଯାଇଥିଲା । ଅଣକ୍ୟାଡର ଅଫିସର ହୋଇଥିବାରୁ ତୁରନ୍ତ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ବାଚନ କମିଶନଙ୍କ ପକ୍ଷରୁ ୪ଟି ରାଜ୍ୟରେ କିଛି ଅଣକ୍ୟାଡର ଅଧିକାରୀଙ୍କୁ ବଦଳ କରାଯାଇଥିଲା । ଓଡ଼ିଶା, ଗୁଜରାଟ, ପଞ୍ଜାବ ଓ ପଶ୍ଚିମବଙ୍ଗ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।