ରିସର୍ଚ୍ଚରଙ୍କ ବଡ଼ ଦାବି; ରକ୍ତ ପରୀକ୍ଷାରୁ ଜଣାପଡିଯିବ କେମିତି ମରିବେ ଆପଣ
ଏକ ସାଧାରଣ ରକ୍ତ ପରୀକ୍ଷା ଦ୍ୱାରା ଯେକୌଣସି ବ୍ୟକ୍ତିର ଜାଣିହେବ ମୃତ୍ୟୁର କାରଣ
ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଖୁଲାସା ହୋଇଛି ଯେ, ଏକ ସାଧାରଣ ରକ୍ତ ପରୀକ୍ଷା ଦ୍ୱାରା ଯେକୌଣସି ବ୍ୟକ୍ତିର ଭୟଙ୍କର ରୋଗ ବିଷୟରେ ଜାଣିହେବ। ଯେମିତିକି କ୍ୟାନ୍ସର ଏବଂ ଅନ୍ୟାନ୍ୟ ବିପଦପୂର୍ଣ୍ଣ ରୋଗ। ଏଥିରୁ ଏହା ମଧ୍ୟ ଜାଣିହୋଇପାରିବ ଯେ, ଶରୀରର କେଉଁ ଅଙ୍ଗରେ ବାର୍ଦ୍ଧକ୍ୟ ଆସୁଛି।
ୟୁନିର୍ଭସିଟି କଲେଜ ଲଣ୍ଡନର ରିସର୍ଚ୍ଚରମାନେ ପୂର୍ବାନୁମାନ କରିବାରେ ସକ୍ଷମ ହୋଇଥିଲେ। ସେମାନେ ୨୦ ବର୍ଷ ମଧ୍ୟରେ ୩୦ଟି ବିଭିନ୍ନ ରୋଗ ହେବାର ଆଶଙ୍କାକୁ ଦର୍ଶାଇଥିଲେ, ଯେଉଁମାନେ ପୂର୍ବରୁ ସୁସ୍ଥ ଥିଲେ।
ଉଦାହରଣ ସ୍ୱରୂପ, ଯେଉଁ ହୃତପିଣ୍ଡର ବୟସ ଅଧିକ ବଢିଥାଏ, ତାଙ୍କର ହୃଦୟ ରୋଗର ବିପଦ ଅଧିକ ବଢିଥାଏ। ସେହିପରି ଯେଉଁ ଲୋକର ଫୁସଫୁସ ଖୁବଶୀଘ୍ର ବୁଢା ହୋଇଯାଏ, ସେମାନେ କିଛି ବର୍ଷ ମଧ୍ୟରେ ରେସ୍ପିରେଟୋରୀ ଇନଫେକ୍ସନ, କ୍ରନିକ୍ ଅବଷ୍ଟ୍ରକ୍ଟିଭ ପୁଲମୋନାରୀ ଡିଜିଜ୍ ଏବଂ ଫୁସଫୁସ କ୍ୟାନ୍ସରରେ ପୀଡିତ ହୋଇଥାଆନ୍ତି।
ଡିମେନ୍ସିଆର ସର୍ବାଧିକ ବିପଦ ସେହି ଲୋକଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଥିଲା, ଯେଉଁମାନଙ୍କର ପ୍ରତିରକ୍ଷା ପ୍ରଣାଳୀ ସାଧାରଣ ଅପେକ୍ଷା ଅଧିକ ଦ୍ରୁତ ଗତିରେ ବଢିଥାଏ।
ବୈଜ୍ଞାନିକମାନେ କହିଛନ୍ତି ଯେ, ଗମ୍ଭୀର ସଂକ୍ରମଣଗ୍ରସ୍ତ ଲୋକେ ପରବର୍ତ୍ତୀ ମୁହୂର୍ତ୍ତରେ ଡିମେନସିଆ ( ମାନସିକ ଦକ୍ଷତା ହ୍ରାସ) ଦ୍ୱାରା ପ୍ରଭାବିତ ହୋଇଥାଆନ୍ତି।
ସେ ଆହୁରି କହିଛନ୍ତି ଯେ, ଯେଉଁ ଲୋକଙ୍କ କିଡନୀର ବୟସ ଖୁବଶୀଘ୍ର ବୃଦ୍ଧି ପାଏ, ସେହି ଲୋକମାନଙ୍କୁ ଟାଇପ ୨ ଡାଇବେଟିସ ଏବଂ ଯକୃତ ରୋଗ ବିକଶିତ ହେବାର ସମ୍ଭାବନା ଅଧିକ ଥାଏ।
ୟୁସିଏଲର ବ୍ରେନ ସାଇଣ୍ଟିଷ୍ଟର ପ୍ରଫେସର ମିକା କିଭିମାକି କହିଛନ୍ତି ଯେ, ଆମ ଅଙ୍ଗ ଗୁଡ଼ିକର ପରିଚାଳନା ଏକୀକୃତ ହୋଇ ଚାଲେ, କିନ୍ତୁ ସେଗୁଡିକର ବୟସ ଭିନ୍ନ ଥାଏ। ଆମ ଏକ ରକ୍ତ ପରୀକ୍ଷାକୁ ବାହାର କରିଛୁ, ଯେଉଁଥିରେ ଜଣାପଡିଯିବ ଶରୀରର କେଉଁ ଅଙ୍ଗର ବୟସ ଖୁବଶୀଘ୍ର ବଢୁଛି।
ଆଗାମୀ ବର୍ଷରେ ଏହି ରକ୍ତ ପରୀକ୍ଷାରୁ ଜାଣିପଡିବ ବିଭିନ୍ନ ରୋଗର କାରଣ। ଏହାକୁ ନେଇ ସେ ୬ ହଜାର ୨୩୫ ଲୋକଙ୍କର ବ୍ଲଡ ସାମ୍ପୁଲ ନେଇ ଟେଷ୍ଟ କରିଥିଲେ। ଏଥିରେ ଶରୀରର ୯ଟି ଅଙ୍ଗର ବୟସ ଖୁବଶୀଘ୍ର ବଢୁଛି।
୨୦ ବର୍ଷ ପରେ ଜଣାପଡିଥିଲା ଯେ, ଲୋକଙ୍କର ବୟସ ବଢିବା ସମ୍ବନ୍ଧୀୟ ରୋଗରେ ହାରାହାରି ଜଣଙ୍କର ମୃତ୍ୟୁ ଘଟିଥିିଲା। ଗୋଟିଏ ଅଙ୍ଗର ବୟସ ବୃଦ୍ଧି ଅନ୍ୟାନ୍ୟ ଅଙ୍ଗକୁ ପ୍ରଭାବିତ କରିଥାଏ।