fbpx

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ : ପୁଅ କହି ଦେଲେ ଝିଅ

ଭୁବନେଶ୍ୱର : ଓଡ଼ିଶାର ରାଜଧାନୀରେ ଘଟିଛି ଏକ ଅଘଟଣା । କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁର ବଦଳି ହୋଇଛି ବୋଲି ଏକ ଅଭିଯୋଗ ହୋଇଛି । କିନ୍ତୁ ପ୍ରସବ ପରେ ନର୍ସ ପୁଅ କହି ମାଆକୁ ଝିଅ ଦେଇଥିଲେ ।

ସୂଚନା ଅନୁଯାୟୀ, ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ସ୍ତ୍ରୀଙ୍କୁ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପ୍ରସବ ପରେ ନର୍ସ ତାଙ୍କୁ ଶିଶୁ ପୁତ୍ର ହୋଇଛି ବୋଲି କହିଥିଲେ । କିନ୍ତୁ ପରେ ଏକ ଶିଶୁ କନ୍ୟାକୁ ହସ୍ତାନ୍ତର କରିଥରଲେ । ଏନେଇ ପରିବାର ଲୋକେ ମେଡିକାଲର ନିର୍ଦ୍ଦେଶକଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିଲେ ।

ପରବର୍ତ୍ତୀ ସମୟରେ ଏହି ଘଟଣାକୁ ନେଇ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ, ଏହି ଘଟଣାକୁ ତଦନ୍ତ କରିବା ସହ DNA ଟେଷ୍ଟ ମଧ୍ୟ କରାଯିବ । ଏହାର ତଦନ୍ତ ପାଇଁ ଏକ ତିନିଜଣିଆ ଟିମ ଗଠନ କରାଯାଇଛି । ଅନ୍ୟପଟେ ପରିବାର ଲୋକେ ଶିଶୁ ବଦଳକୁ ନେଇ ପୋଲିସ ଥାନାରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.