fbpx

ରାଜଧାନୀ ରାସ୍ତା କଡ଼ରୁ ନବଜାତ ଶିଶୁ ଉଦ୍ଧାର

ଭୁବନେଶ୍ୱର: ରାସ୍ତା କଡ଼ରେ ପଡ଼ି ରହିଛି ନବଜାତ ଶିଶୁ  । ଖୁଲମଖୁଲା ଫିଙ୍ଗାଯାଇଛି ଏକ ନିଷ୍ପାପ ଶିଶୁକୁ । ଏଭଳି ଚିତ୍ର ଦେଖିବାକୁ ମିଳିଛି ଖୋଦ୍ ରାଜ୍ୟ ରାଜଧାନୀରେ । ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଏକ କଲେଜ ହଷ୍ଟେଲ ପାଚେରୀ କଡ଼ରୁ ଉଦ୍ଧାର ହୋଇଛି ନବଜାତ ଶିଶୁ  ।

ଶିଶୁ ନିକଟରେ ଏକ ବ୍ୟାଗ୍ ଏବଂ କପଡା ପଡିଥିବାର ଦେଖିବାକୁ ମିଳିଥିଲା । ପଡ଼ିଥିବା ବ୍ୟାଗଟିରେ ବ୍ଲୁ ହ୍ୱିଲ ହସ୍ପିଟାଲର ନାମ ରହିଛି । ପଡ଼ିଥିବା ବ୍ୟାଗଟିରେ ବ୍ଲୁ ହ୍ୱିଲ ହସ୍ପିଟାଲର ନାମ ରହିଛି । ତେବେ କିଏ ଏବଂ କେଉଁ ପରିସ୍ଥିତିରେ ଏହି ନବଜାତ ଶିଶୁକୁ ସେଠାରେ ଫୋପାଡ଼ି ଦେଇଛି ତାହା ଜଣା ପଡ଼ିନାହିଁ । ସେପେଟେ ଶିଶୁଟି ରାସ୍ତା କଡ଼ରେ ପଡ଼ିରହିଥିବାର ଦେଖି ପ୍ରଦୀପ ସେବା ଟ୍ରଷ୍ଟ ଦ୍ୱାରା ଉଦ୍ଧାର କରାଯାଇଛି ଏବଂ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Get real time updates directly on you device, subscribe now.