fbpx

ନୂଆବର୍ଷରେ ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, ୧ା୧ (ଓଡିଶା ଭାସ୍କର): ନୂଆବର୍ଷରେ ମୁଖ୍ୟ ଶାସନ ସଚିବ ଦାୟିତ୍ୱ ନେଇଛନ୍ତି । ୧୯୮୬ ବ୍ୟାଚର ଆଇଏଏସ ଅଫିସର ସୁରେଶ ମହାପାତ୍ର ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ରୂପେ ଦାୟିତ୍ୱ ଗ୍ରହଣ କରିଛନ୍ତି ।

ଅସିତ ତ୍ରିପାଠୀଙ୍କ ଅବସରରେ ପରେ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଶ୍ରୀ ମହାପାତ୍ର ୨୦୨୨ ମସିହା ଫେବୃଆରୀ ମାସ ଅର୍ଥାତ ୧୪ ମାସ ପାଇଁ କାର୍ଯ୍ୟ କରିବେ । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ମହାପାତ୍ର ଖୁବ ଜଣାଶୁଣା । ଦୀର୍ଘଦିନର ଚାକିରି କାଳରେ ସେ ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀ ରହି କାର୍ଯ୍ୟ କରିଆସିଛନ୍ତି ।

Get real time updates directly on you device, subscribe now.