fbpx

ଦିନିକିଆ ବିଶ୍ୱକପ ପୂର୍ବରୁ ନୂଆ କୋଚଙ୍କୁ ମିଳିଲା ନିଯୁକ୍ତି: ଏହି ଖେଳାଳିଙ୍କୁ ମିଳିଲା ଗୁରୁଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଭାରତରେ ଚଳିତବର୍ଷ ଅକ୍ଟୋବରରେ ଅୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ-୨୦୨୩ । ତେବେ ଏହାର ସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । କିନ୍ତୁ ସମସ୍ତ ଦଳ ବିଶ୍ୱ ବିଜେତା ହେବା ପାଇଁ ଗେମ୍ ପ୍ଲାନ ଆରମ୍ଭ କରି ସାରିଛନ୍ତି । ତେବେ ଏହା ମଧ୍ୟରେ କ୍ରିକେଟ ବୋର୍ଡ ତରଫରୁ ନୂଆ କୋଚଙ୍କୁ ନିଯୁକ୍ତି ଦିଆଯାଇଛି । ବିଶ୍ୱକପ ଦଳରେ ନୂଆ କୋଚ ଭାବରେ ଷ୍ଟାର ଖେଳାଳିଙ୍କୁ ଦାୟିତ୍ୱ ଦିଆଯାଇଛି । କୋଚ ଏବଂ ସପୋର୍ଟ ଷ୍ଟାଫଙ୍କୁ ନେଇ ଦଳ ଏକ ଲିଷ୍ଟ ଜାରି କରିଛି ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଦିନିକିଆ ବିଶ୍ୱକପ ପୂର୍ବରୁ ୱେଷ୍ଟ ଇଣ୍ଡିଜ କ୍ରିକେଟ ବୋର୍ଡ ଦଳର ନୂଆ କୋଚଙ୍କ ନାମ ଘୋଷଣା କରିଛି । ୱେଷ୍ଟଇଣ୍ଡିଜର ପୂର୍ବତନ ଅଧିନାୟକ କାର୍ଲ ହୁପର ଏବଂ ଫ୍ଲୟଡ ରୀଫରଙ୍କୁ ଆସିଷ୍ଟାଣ୍ଟ କୋଚ ଭାବରେ ନିଯୁକ୍ତି ଦେଇଛି ବୋର୍ଡ । ନବ ନିଯୁକ୍ତ ମୁଖ୍ୟ କୋଚ ଡାରେନ ସାମୀଙ୍କ ସହ ମିଶି କାମ କରିବେ ଏହି ଦୁଇ ଭେଟେରାନ୍ ଖେଳାଳି । ତେବେ ନ୍ୟୁଜିଲାଣ୍ଡର ପୂର୍ବତନ ଅଲରାଉଣ୍ଡର ଜେମ୍ସ ପ୍ରାଙ୍କଲିନ୍ ତୃତୀୟ ସହାୟକ କୋଚ ଭାବରେ ଦ।।ୟିତ୍ୱ ଗ୍ରହଣ କରିଛନ୍ତି । ଆସନ୍ତା ୟୁଏଇ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପୂର୍ବରୁ ଦଳ ସହିତ ସାମିଲ ହେବାକୁ ଯାଉଛନ୍ତି ନବ ନିଯୁକ୍ତ କୋଚ ।

ଏହି ନିଯୁକ୍ତିକୁ ନେଇ ହେଡ କୋଚ ଡାରେନ ସାମୀ କହିଛନ୍ତି ଯେ, କ୍ରିକେଟ ହେଉଛି ଏକ ଟିମ୍ ସ୍ପୋର୍ଟ । ତେଣୁ ଆପଣଙ୍କ ପାଖରେ ଦଳ ଏବଂ ଦଳର ଭାବନା ସହ ସାମିଲ ହୋଇ ପାରୁଥିବା ସଦସ୍ୟ ରହିବା ନିହାତି ମହତ୍ତ୍ୱପୂର୍ଣ୍ଣ । ୱେଷ୍ଟ ଇଣ୍ଡିଜର ଖେଳାଳିମାନଙ୍କ ମନରେ ସକରାତ୍ମକ ପ୍ରଭାବ ପକାଇବା ଆମର ପ୍ରମୁଖ କାର୍ଯ୍ୟ ରହିବ ବୋଲି କକହିଛନ୍ତ ସାମୀ । ଏହାବ୍ୟତୀତ ୱେଷ୍ଟଇଣ୍ଡିଜର ପୂର୍ବତନ ଖେଳାଳି କେନି ବେଞ୍ଜାମିନ୍ ଏବଂ ଷ୍ଟୁଆର୍ଟ ୱିଲିୟମ୍ସ ଏବଂ ରିୟାନ ଗ୍ରିଫିଥ ଟେଷ୍ଟ ଟିମରେ ସହାୟକ କୋଚ ଭାବେ ସାମିଲ ହୋଇଛନ୍ତି । ତେବେ ଦଳର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ନେଇଛନ୍ତି ଆନ୍ଦ୍ରେ କ୍ରଲି ।

Get real time updates directly on you device, subscribe now.