fbpx
BSKY SKY
BSKY SKY

ସମ୍ବିଧାନ ନା ସଂସଦ କିଏ ବଡ଼: ଉପରାଷ୍ଟ୍ରପତିଙ୍କ ବୟାନକୁ ନେଇ ତେଜିଲା ବିବାଦ

BSKY

ନୂଆଦିଲ୍ଲୀ: ଭାରତରେ ସମ୍ବିଧାନ ନା ସଂସଦ କିଏ ବଡ଼ । ଏହାକୁ ନେଇ ଅନେକ ସମୟରେ ବାଦବିବାଦ ଦେଖିବାକୁ ମିଳିଥାଏ । ତେବେ ଏହି ମାମଲାରେ ଏକ ବଡ଼ ବୟାନ ଦେଇଛନ୍ତି ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନକର । ଉପରାଷ୍ଟ୍ରପତି ସଂସଦ ସପକ୍ଷରେ ନିଜର ମତାମତ ଦେଇଛନ୍ତି । ଏଥିସହିତ ଭାରତ ଏକ ଲୋକତାନ୍ତ୍ରିକ ଦେଶ କି ନା ସେନେଇ ପ୍ରଶ୍ନ ଉଠିପାରେ ବୋଲି ସେ କହିଛନ୍ତି ।

ତେବେ ନ୍ୟାୟପାଳିକାକୁ ନେଇ ଧନକର ଦେଇଥିବା ଏହି ବୟାନକୁ ନେଇ କଂଗ୍ରେସ ନିଜର ପ୍ରତିକ୍ରିୟା ଦେଇଛି । ଉପରାଷ୍ଟ୍ରପତିଙ୍କ ବୟାନ ନ୍ୟାୟପାଳିକା ଉପରେ ଅସାଧାରଣ ହମଲା । ଏକ ସମ୍ବିଧାନିକ ସଂସ୍ଥା ଅନ୍ୟ ଏକ ସମ୍ବିଧାନିକ ସଂସ୍ଥା ଉପରେ ଖୋଲାଖୋଲି ଭାବେ ଆକ୍ରମଣ କରିବା ନିହାତି ନିନ୍ଦୀନୀୟ ବୋଲି କଂଗ୍ରେସ କହିଛି ।

ନିକଟରେ ଧନକର ଜୟପୁରଠାରେ ସର୍ବଭାରତୀୟ ପ୍ରିଜାଇଡିଂ ଅଫିସରଙ୍କ ୮୩ତମ ସମ୍ମିଳନୀରେ ଯୋଗଦେଇଥିଲେ । ଏହି ଅବସରରେ ସେ ଗତ ୨୦୧୫ରେ ହଟାଯାଇଥିବା ଜାତୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ଏନଜେଏସି) ଆକ୍ଟକୁ ସମାଲୋଚନା କରିଥିଲେ । ଏଥିସହିତ ୧୯୭୩ର କେଶବାନନ୍ଦ ଭାରତୀ ମାମଲାର ଶୁଣାଣିକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଯଦି କୌଣସି ଅଥରିଟି ସମ୍ବିଧାନର ସଂଶୋଧନ ନେଇ ସଂସଦର ଶକ୍ତି ଉପରେ ପ୍ରଶ୍ନ ଉଠାଇବେ, ତେବେ ଏଭଳି ସ୍ଥିତିରେ ଭାରତ ଏକ ଲୋକତାନ୍ତ୍ରିକ ଦେଶ ବୋଲି କହିବା ମୁସ୍କିଲ ହୋଇପଡ଼ିବ ଉପରାଷ୍ଟ୍ରପତି କହିଥିଲେ ।

Get real time updates directly on you device, subscribe now.