fbpx
BSKY SKY
BSKY SKY

‘ରାମ ସେତୁ’ ବିଷୟରେ ସରକାରଙ୍କ ଆଭିମୁଖ୍ୟ କ’ଣ? ଉତ୍ତର ଦେବାକୁ ଆହୁରି ସମୟ ଦେଲେ ସୁପ୍ରିମକୋର୍ଟ

BSKY

ନୂଆଦିଲ୍ଲୀ: ‘ରାମ ସେତୁ’କୁ ଜାତୀୟ ସ୍ମାରକୀ ଭାବେ ଘୋଷଣା କରିବା ଏବଂ ଏହାର ସଂରକ୍ଷଣ ପାଇଁ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ଏହି ଆବେଦନ ଉପରେ କେନ୍ଦ୍ର ସରକାରଙ୍କୁ ଜବାବ ଦେବାକୁ ସୁପ୍ରିମକୋର୍ଟ ଅଧିକ ସମୟ ଦେଇଛନ୍ତି। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି, ‘ଏ ବାବଦରେ ସରକାରଙ୍କ ଉପରେ ଆଲୋଚନା ଚାଲିଛି। ଏହି ମାମଲା ଏବେ ବିଚାରକୁ ନିଆଯାଉଛି।

ଭାରତର ପ୍ରଧାନ ବିଚାରପତି ଡି.ଏ. ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ୍ ପି.ଏସ୍. ନରସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛି। ଏହାର ଉତ୍ତର ଦାଖଲ କରିବାକୁ ବେଞ୍ଚ ଫେବୃଆରୀ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ସମୟ ଦେଇଛି। ଏବେ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଏହି ମାମଲାର ଶୁଣାଣି ହେବ। ଆଜି ଏହି ମାମଲାର ଶୁଣାଣି ସମୟରେ କୋର୍ଟ ଉତ୍ତର ଦାଖଲ ପାଇଁ ଅଧିକ ସମୟ ଅନୁମୋଦନ କରିଛନ୍ତି।

ଏହାର ଉତ୍ତର ଦାଖଲ କରିବାକୁ ସୁପ୍ରିମକୋର୍ଟ ପୂର୍ବରୁ ଡିସେମ୍ବର ୧୨ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କୁ ସମୟ ଦେଇଥିଲେ। ଏହି ମାମଲାର ଶେଷ ଶୁଣାଣି ନଭେମ୍ବରରେ ଅନୁଷ୍ଠିତ ହୋଇଥିଲା। ସେତେବେଳେ ତୁଷାର ମେହେଟ୍ଟା କୋର୍ଟଙ୍କୁ କହିଥିଲେ ଯେ ସରକାରଙ୍କ ଉତ୍ତର ପ୍ରସ୍ତୁତ, କିନ୍ତୁ ସଂପୃକ୍ତ ମନ୍ତ୍ରଣାଳୟର ଅନୁମୋଦନକୁ ଅପେକ୍ଷା କରାଯାଇଛି। ତେବେ ଆଜିର ଶୁଣାଣି ସମୟରେ ‘ଏହି ମାମଲାକୁ ଆପଣ କାହିଁକି ଏହି ପ୍ରସଙ୍ଗରେ ଆଗକୁ ନେବାକୁ ଚାହୁଁଛନ୍ତି’ ବୋଲି କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

 

Get real time updates directly on you device, subscribe now.